ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣା; ୩୬ ଘଣ୍ଟା ପରେ ୨ଜଣ ମୃତଦେହ ଉଦ୍ଧାର
ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାର ୩୬ ଘଣ୍ଟା ପରେ ୩ ନିଖୋଜ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ହୋଇଛି ଉଦ୍ଧାର । ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିନଥିବାରୁ ଜାରି ରହିଛି ତଦନ୍ତ ଅଭିଯାନ । ଅନ୍ୟପଟେ ଉଦ୍ଧାର ୨ ମୃତଦେହକୁ କରାଯାଇପାରିନାହିଁ ଚିହ୍ନଟ । ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ପାୱାର ପ୍ଲାଣ୍ଟର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଟନ୍ ଟନ୍ କୋଇଲା ତଳେ ପୋତି ହୋଇଯାଇଥିଲେ କାମ କରୁଥିଲା ଶ୍ରମିକ ।
What's Your Reaction?