ଦକ୍ଷିଣ କୋରିଆର କାମଚଳା ରାଷ୍ଟ୍ରପତି ହେଲେ ହାନ ଦୁ ସୁ

Dec 15, 2024 - 14:54
 0  4
ଦକ୍ଷିଣ କୋରିଆର କାମଚଳା ରାଷ୍ଟ୍ରପତି ହେଲେ ହାନ ଦୁ ସୁ

ଦକ୍ଷିଣ କୋରିଆର କାମଚଳା ରାଷ୍ଟ୍ରପତି ହେଲେ ହାନ ଦୁ ସୁ । ଶନିବାର ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କୁ ମହାଭିଯୋଗ ପ୍ରସ୍ତାବ କ୍ରମେ ବହିଷ୍କାର କରାଯିବା ପରେ ନୂଆ ଦାୟିତ୍ବ ନେଇଛନ୍ତି ହାନ୍ । ସାମୟିକ ମାର୍ଶଲ ଆଇନ କାର୍ଯ୍ୟକାରୀ କରାଯିବାକୁ ନେଇ ୟୁନଙ୍କ ବିରୋଧରେ ତେଜିଥିଲେ ଦେଶବାସୀ । ସେପଟେ ମାର୍ଶଲ ଆଇନକୁ ନେଇ ୟୁନଙ୍କ ବିରୋଧରେ ଅପରାଧିକ ତଦନ୍ତ ହେବ ବୋଲି ମିଳିଛି ସୂଚନା। ପୂର୍ବତନ ରାଷ୍ଟ୍ରପତି ୟୁନଙ୍କ ବିପକ୍ଷରେ ଅଦାଲତ ରାୟ ନଆସିବା ଯାଏଁ ଦେଶରେ ନାହିଁ ନିର୍ବାଚନ ସମ୍ଭାବନା । ଯଦି ମହାଭିଯୋଗ ପ୍ରସ୍ତାବକୁ ଅଦାଲତ ମଞ୍ଜୁର କରନ୍ତି, ତେବେ ଦେଶରେ ହେବ ରାଷ୍ଟ୍ରପତି ନିର୍ବାଚନ।ଗତ ଡିସେମ୍ବର ୩ ତାରିଖରେ ଦେଶରେ ମାର୍ଶଲ ଆଇନ କାର୍ଯ୍ୟକାରୀ କରି ବିବାଦକୁ ଆସିଥିଲେ ୟୁନ।

What's Your Reaction?

like

dislike

love

funny

angry

sad

wow