ଦିନକରେ ଇନ‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋୟର୍‌ ହରାଇଲେ ରାଘବ

Apr 25, 2026 - 16:17
 0  2
ଦିନକରେ ଇନ‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋୟର୍‌ ହରାଇଲେ ରାଘବ

ଦିନକ ପୂର୍ବେ ଆପ୍‌ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ରାଘବ ଚଢ଼ା। ରାଘବଙ୍କ ସହିତ ଆପ୍‌ର ଅନ୍ୟ ୬ ଜଣ ରାଜ୍ୟସଭା ସାଂସଦ ମଧ୍ୟ ଆପ୍‌ ଛାଡ଼ି ମିଶିଥିଲେ ବିଜେପିରେ ।ଦେଶର ରାଜନୀତିରେ ଏକ ବଡ଼ ଭୂକମ୍ପ ଆଣିଥିଲା ଏହି ଘଟଣା । ରାଘବ ଆପ୍‌ ଛାଡ଼ି ବିଜେପିରେ ଯୋଗଦେବା ଘଟଣାକୁ ପସନ୍ଦ କରିନାହାନ୍ତି ଯୁବପିଢ଼ି।ଲୋକପ୍ରିୟତା ହ୍ରାସ କରିଛି  ରାଘବଙ୍କ ଏହି ପଦକ୍ଷେପ । ମାତ୍ର ୨୪ ଘଣ୍ଟା ଭିତରେ ଇନଷ୍ଟାଗ୍ରାମରେ ପାଖାପାଖି ୧୦ ଲକ୍ଷ ବା ଅନୁଗାମୀ ହରାଇଛନ୍ତି ରାଘବ । ତେବେ ଏହାକୁ ଚଢ଼ାଙ୍କ ବିରୋଧରେ ଜେନ୍‌ ଜିଙ୍କ ପ୍ରତିକ୍ରିୟା ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।

What's Your Reaction?

like

dislike

love

funny

angry

sad

wow