ଚଳନ୍ତା ଟ୍ରେନରେ ଲାଗିଲା ନିଆଁ : ଜୀବନ ବଞ୍ଚାଇବାକୁ ଡେଇଁଲେ ଯାତ୍ରୀ
#BreakingNews #TrainFire #RailwayAccident #PassengerSafety #Emergency #TrainIncident #FireInTrain #RescueOperation #PublicSafety #IndiaNews #OdishaNews #TrainDisaster #SafetyFirst #Alert #ViralNews
ଚାରମିନାର ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ । ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାର ଆଲେର ରେଳ ଷ୍ଟେସନରେ ଟ୍ରେନ୍ ଟି ହାଇଦ୍ରାବାଦରୁ ଚେନ୍ନାଇ ଯାଉଥିଲା । ସୂଚନା ଅନୁସାରେ , ଟ୍ରେନ ଟି ଆଲେର ଷ୍ଟେସନ ନିକଟରେ ପହଞ୍ଚିବା ମାତ୍ରେ କୋଚ୍ରେ ଧୂଆଁ ଭର୍ତ୍ତି ହୋଇଥିବାର ଦେଖି , ଭୟବିତ ହୋଇଯାଇଥିଲେ ଯାତ୍ରୀ । ସେହି ସମୟରେ ଅନେକ ଯାତ୍ରୀ ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ । ଟ୍ରେନ୍କୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା, ଯାହା ଫଳରେ ଯାତ୍ରୀମାନେ ସୁରକ୍ଷିତ ଭାବରେ ବାହାରି ପାରିଥିଲେ। ତେବେ ରେଳବାଇ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ବିବୃତି ଜାରି କରାଯାଇ ନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରେଳ କର୍ମଚାରୀ ଏବଂ ସ୍ଥାନୀୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ, କିନ୍ତୁ ପ୍ରାରମ୍ଭିକ ଆକଳନ ଅନୁସାରେ ସର୍ଟ ସର୍କିଟ୍ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ହୋଇଥାଇପାରେ ବୋଲି କୁହାଯାଉଛି। ତଦନ୍ତ ଶେଷ ହେବା ପରେ ହିଁ ଜଣାପଡିବ ସଠିକ କାରଣ ।
What's Your Reaction?