ଦୂର୍ଗାପୂଜା ପାଇଁ ଦ୍ୱୈତ୍ୱ ନଗରୀରେ ଜୋରଦାର ହେବ ଟ୍ରାଫିକ୍ କଟକଣା

ଆସନ୍ତା ଦୂର୍ଗାପୂଜା ପାଇଁ ଦ୍ୱୈତ୍ୱ ନଗରୀରେ ଜୋରଦାର ହେବ ଟ୍ରାଫିକ୍ କଟକଣା। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ହେବ ଲାଗୁ। ଏହି କଟକଣା ୯.୧୦.୨୦୨୪ଠାରୁ ଆରମ୍ଭ ହୋଇ ୧୩.୧୦.୨୦୨୪ ପର୍ଯ୍ୟନ୍ତ ହେବ ଲାଗୁ। ସେହିପରି ଭୁବନେଶ୍ବରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ ରହିବ କଟକଣା। ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ।କଟକରେ ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। ସେହିପରି କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏ ଲାଗୁ ହେବ ଟ୍ରାଫିକ କଟକଣା।ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାଶର୍ବର ସର୍ଭିସ ରୋଡ, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହାସପାତାଳ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଲି ପ୍ରମୁଖ ରାସ୍ତାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଭାରିଯାନ ଚଳାଚଳ।
What's Your Reaction?






