ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଏମ୍ସ ରେ ଭର୍ତ୍ତି

 ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଏମ୍ସ ରେ ଭର୍ତ୍ତି

 ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏମ୍ସ ହାସପାତାଳରେ ଅପରାଧୀକୁ କରାଯାଇଛି ଭର୍ତ୍ତି । ସ୍ପେଶାଲ କ୍ରାଇମ ୟୁନିଟ୍ ଅଧିକାରୀ ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ବାଜିଛି ଦୁଇଟି ଗୁଳି । ଶେଖ ଜାମସେଦ ନିକଟରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ଗୋଟିଏ ମାଉଜର କରାଯାଇଛି ଜବତ। ସୂଚନା ଥାଉକି, ନିଶା ମାଫିଆ ନାଁରେ ପୂର୍ବରୁ ଲାଲ ବାଗ, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ମଧ୍ୟ ହୋଇଥିଲା ଗିରଫ । ବିଳମ୍ବିତ ରାତିରେ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ପିଛା କରୁଥିଲା ସ୍ପେଶାଲ କ୍ରାଇମ ୟୁନିଟ୍‌ । ନିଜକୁ ବଞ୍ଚାଇବାକୁ ଯାଇ ଶେଖ ଜାମସେଦ ପୋଲିସ ଉପରକୁ ଚଳାଇଥିଲା ଗୁଳି। ପୋଲିସର ପାଲଟା ଜବାବରେ ଅଭିଯୁକ୍ତର ଗୋଡ଼ରେ  ବାଜିଛି ଦୁଇଟି ଗୁଳି ।