ନୀରବ ମୋଦିଙ୍କୁ ପୁଣି ବଡ଼ ଝଟକା

May 16, 2025 - 14:14
 0  23
ନୀରବ ମୋଦିଙ୍କୁ ପୁଣି ବଡ଼ ଝଟକା

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପୁଣି ବଡ଼ ଝଟକା। ଲଣ୍ଡନ ଅଦାଲତରେ ତାଙ୍କ ଜାମିନ ଆବେଦନ ହୋଇଛି ଖାରଜ।ଲଗାତାର ୧୦ମ ଥର ପାଇଁ  ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ଲଣ୍ଡନ ଉଚ୍ଚନ୍ୟାୟଳୟ। ୨୦୧୯ ମାର୍ଚ୍ଚ ୧୯ରୁ ବ୍ରିଟେନ୍ କାରାଗାରରେ ବନ୍ଦୀ ଅଛନ୍ତି ୬ ହଜାର କୋଟି ଟଙ୍କାର ପିଏନବି ଘୋଟାଲାର ଅଭିଯୁକ୍ତ ନୀରବ ମୋଦି। ଭାରତ ହାତରେ ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଭାରତର ଅନୁରୋଧକୁ ମଞ୍ଜୁର କରିସାରିଛନ୍ତି ବ୍ରିଟେନ ଉଚ୍ଚନ୍ୟାୟଳୟ। ପିଏନବି ଜାଲିଆତି ମାମଲାରେ ସିବିଆଇର ମାମଲା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ରହିଛି ତଦନ୍ତ।

What's Your Reaction?

like

dislike

love

funny

angry

sad

wow