ଆଫଗାନିସ୍ତାନକୁ ଧନ୍ୟବାଦ ଜଣାଇଲେ ଏସ. ଜୟଶଙ୍କର

ଭାରତ ସପକ୍ଷରେ ବଢୁଛି ମୁସଲିମ୍ ରାଷ୍ଟ୍ରର ସମର୍ଥନ । ପହଲଗାମ ଘଟଣାରେ ଭାରତର ସମର୍ଥନ କରିଥିବାରୁ ପ୍ରଥମ ଥର ଲାଗି ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଆମିର ଖାଁ ମୁତ୍ତାକୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ତେବେ ଏହା ହେଉଛି ଭାରତ ଓ ତାଲିବାନ ମଧ୍ୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା । ପହଲଗାମ ଆକ୍ରମଣକୁ ନିନ୍ଦା କରିବା ସହ ଭାରତର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲା ଆଫଗାନିସ୍ତାନ । ତେବେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ମଧ୍ୟ ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ମିଳିଛି ସୂଚନା।
What's Your Reaction?






