ବ୍ୟାନ ହେଲା ‘ଟେଲିଗ୍ରାମ’

Jun 16, 2026 - 15:36
 0  1
ବ୍ୟାନ ହେଲା ‘ଟେଲିଗ୍ରାମ’

ଆଗାମୀ ଜୁନ୍ ୨୧ ତାରିଖରେ ହେବାକୁ ଥିବା ନିଟ୍ ପୁନଃ-ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କିମ୍ବା କୌଣସି ପ୍ରକାରର ଅସାଧୁ ଉପାୟ ଅବଲମ୍ବନକୁ ରୋକିବା ପାଇଁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ଟେଲିଗ୍ରାମ୍’କୁ ଜୁନ୍ ୨୨ ତାରିଖ ପର୍ୟ୍ୟନ୍ତ ସମଗ୍ର ଭାରତରେ ସମ୍ପୂର୍ଣ୍ଣ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ସୁପାରିଶ କ୍ରମେ ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଚରମ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହାସହିତ ପୁରୁଣା ମେସେଜ୍ ବଦଳାଇ ମିଥ୍ୟା ପ୍ରଶ୍ନପତ୍ର ଲିକର ଗୁଜବ ସୃଷ୍ଟି କରୁଥିବା ଜାଲିଆତି ଗ୍ୟାଙ୍ଗଙ୍କ ଉପରେ ରୋକ୍ ଲଗାଇବା ପାଇଁ, ଟେଲିଗ୍ରାମର ‘ମେସେଜ୍-ଏଡିଟିଂ’ ଫିଚରକୁ ମଧ୍ୟ ଜୁନ୍ ୩୦ ତାରିଖ ପର୍ୟ୍ୟନ୍ତ ଭାରତରେ ନିଷିଦ୍ଧ କରିବାକୁ ଦିଆଯାଇଛି ନିଦେ୍ର୍ଦଶ । 

What's Your Reaction?

like

dislike

love

funny

angry

sad

wow