ଯୌନ ନିର୍ଯାତନା ମାମଲାରେ ସୂରଜ ରେବନ୍ନା ଗିରଫ

Jun 23, 2024 - 12:05
 0  2
ଯୌନ ନିର୍ଯାତନା ମାମଲାରେ ସୂରଜ ରେବନ୍ନା ଗିରଫ

 ଯୌନ ନିର୍ଯାତନା ମାମଲାରେ କର୍ଣ୍ଣାଟକ ଜେଡିଏସ୍‌ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା ଗିରଫ।ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ହାସନ ପୋଲିସ। ପୂର୍ବରୁ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଜ୍ବଳ।ଗତ ଜୁନ ୧୬ ତାରିଖରେ କର୍ଣ୍ଣାଟକ ହାସନ ଜିଲ୍ଲାର ଏକ ଫାର୍ମ ହାଉସରେ ସୂରଜ ଜଣେ ୧୭ ବର୍ଷ ବୟସ୍କ ପୁରୁଷ କର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେହି ବ୍ଯକ୍ତିଜଣକ କରିଥିଲେ ଅଭିଯୋଗ। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୂରଜ। ସେ କହିଛନ୍ତି ଯେ, ଅଭିଯୋଗକାରୀ ତାଙ୍କୁ ୫ କୋଟି ଟଙ୍କା ମାଗିଥିଲେ। ମାତ୍ର ସେ ଦେଇ ନଥିବାରୁ ତାଙ୍କ ବିରୋଧରେ ଥାନାରେ କରିଥିଲେ ଅଭିଯୋଗ।ସୂରଜଙ୍କ ବନ୍ଧୁ ଶିବକୁମାର ଗତ ୨୨ ତାରିଖରେ ସେହି କର୍ମୀଙ୍କ ବିରୋଧରେ କରିଥିଲେ ଅଭିଯୋଗ। ତାଙ୍କୁ କୁଆଡେ ସେହି କର୍ମୀଜଣଙ୍କ ୫ କୋଟି ଟଙ୍କା ଦାବି କରିଥିଲେ। ଯଦି ଏହି ଟଙ୍କା ନମିଳେ ତେବେ ସୂରଜଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ଦାୟର କରିବେ ବୋଲି ଦେଇଥିଲେ ଧମକ। 

What's Your Reaction?

like

dislike

love

funny

angry

sad

wow