ଜ୍ବରରେ ପଡିଲେ ମହାପ୍ରଭୁ,ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼

Jun 23, 2024 - 11:55
 0  2
ଜ୍ବରରେ ପଡିଲେ ମହାପ୍ରଭୁ,ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼

ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ହେତୁ ଜ୍ବରରେ ପୀଡିତ ହୋଇଛନ୍ତି ମହାପ୍ରଭୁ । ତେଣୁ ଅଣସର ଘରେ ଦଇତାପତି ସେବାୟତଙ୍କ ଦ୍ବାରା ୧୫ ଦିନ ଯାଏଁ ଚାଲିବ ଚତୁର୍ଦ୍ଧାମୂର୍ତ୍ତିଙ୍କ  ଗୁପ୍ତ ଉପଚାର । ସେଥିପାଇଁ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିବେନି ଶ୍ରଦ୍ଧାଳୁ। ଏହି ସମୟରେ ସେମାନଙ୍କ ସ୍ଥାନରେ ପୂଜା ପାଇବେ ପଟ୍ଟି ଦିଅଁ।ଅନ୍ୟପଟେ ଏହି ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ଅଲାରନାଥଙ୍କ ଅନବସର ଦର୍ଶନ । ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ପୂଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ୱାସ।ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ମନ୍ଦିରରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି  କରାଯାଇଛି ବ୍ଯାପକ ବ୍ଯବସ୍ଥା । ଆଜିଠାରୁ ୧୩ ଦିନ ଯାଏଁ ଚାଲିବ ଦର୍ଶନ। 

What's Your Reaction?

like

dislike

love

funny

angry

sad

wow