ଭୁବନେଶ୍ୱରରୁ ୬୦ ଲକ୍ଷ ଲୁଟ୍, ପୁରୀରୁ ମିଳିଲା ୫୪.୮୦ ଲକ୍ଷ ଟଙ୍କା
ପୁରୀ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ବିପୁଳ ପରିମାଣ ଅର୍ଥ ଜବତ । ୫୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ପୁଲିସ । ଭୁବନେଶ୍ବରରୁ ଚୋରି କରି ଟଙ୍କା ଧରି ନିଜ ଗାଁକୁ ନେଇଯାଇଥିଲା ଲୁଟେରା ।
ପୁରୀ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ବିପୁଳ ପରିମାଣ ଅର୍ଥ ଜବତ । ୫୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ପୁଲିସ । ଭୁବନେଶ୍ବରରୁ ଚୋରି କରି ଟଙ୍କା ଧରି ନିଜ ଗାଁକୁ ନେଇଯାଇଥିଲା ଲୁଟେରା । ଚଢ଼ାଉ କରି ଅଭିଯୁକ୍ତ ଘରୁ ଟଙ୍କା ଜବତ କରିଛି କମିସନରେଟ ପୁଲିସ । ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ଭୁବନଶ୍ୱରର ଜଣେ ଅବସର ପ୍ରାପ୍ତ ଜଳସମ୍ପଦ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ କୁମାର ସାହୁ ତାଙ୍କ ଇପିଏଫ ଟଙ୍କାରୁ ଲକ୍ଷାଧିକ ଟଙ୍କା ଉଠାଇ ନିଜ ଘରେ ରଖିଥିଲେ ।
ତାଙ୍କ ଡାଇଭର ଭାବେ କାମ କରୁଥିବା ବିକାଶ କୁମାର ବିଶ୍ୱାଳ, ଅଶୋକଙ୍କ ଘରୁ ଟଙ୍କା ଚୋରି କରି ଚମ୍ପଟ ମାରିଥିଲେ । ଏହାକୁ ନେଇ ଅଶୋକ ସାହୁ ଲଷ୍ମୀ ସାଗର ଥାନାରେ ଅଭିଯୋଗ କରିଥିଲେ । ୬୫ ଲକ୍ଷ ୮୦ ହଜାର ଟଙ୍କା ତାଙ୍କ ଗାଡି ଡ୍ରାଇଭର ନେଇ ଯାଇଥିବା ଅଭିଯୋଗ କରିଥିଲେ । ପରେ ଲଷ୍ମୀ ସାଗର ପୋଲିସ ଛାନଭିନ କରି ବିକାଶର ଗାଁ ଅସ୍ତରଙ୍ଗ ବ୍ଲକ୍ ବାହୁଡ଼ିଅ ଗାଁରେ ପହଞ୍ଚିଥିଲା ପୁଲିସ । ଅଭିଯୁକ୍ତ ପୁଲିସକୁ ଦେଖି ଫେରାର ହୋଇଯାଇଥିବାବେଳେ ଘରେ ଥିବା ୫୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ପୁଲିସ । ଖବର ପାଇ ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀ ନୂଆଗଡ ସାମୁଦ୍ରିକ ଥାନା କୁ ଆସି ଅଧିକ ତଦନ୍ତ ଚଳାଉଛି l
What's Your Reaction?