କାଲିଠାରୁ ସ୍ୱାଭାବିକ ହେବ ବିଦ୍ୟାଳୟ

ଆସନ୍ତାକାଲିଠାରୁ ଓଡିଶାରେ ସ୍ୱାଭାବିକ ଭାବରେ ଖୋଲିବ ବିଦ୍ୟାଳୟ। ରାଜ୍ୟ ପାଣିପାଗରେ ପରିବର୍ତ୍ତନ ହେତୁ ବିଦ୍ୟାଳୟ ସ୍ୱାଭାବିକ ଚାଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ରାଜ୍ୟରେ ପାଣିପାଗ ବଦଳିଛି, ତେଣୁ ସ୍କୁଲ ସ୍ୱାଭାବିକ ହେବାରେ କୌଣସି ଅସୁବିଧା ହେବ ନାହିଁ । ଏଥିସହିତ ଗଣିତ ଶିକ୍ଷାକୁ ନେଇ ଦିଆଯିବ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ରହିଛି ଆବଶ୍ୟକ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଗଣିତରେ ଭଲ ଜ୍ଞାନ ଆସିବ । ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।
What's Your Reaction?






