ନୂଆ ପଡିକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ,

ନୂଆ ପଡିକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ। ଠିକ୍ ଭାବେ ସର୍ବେକ୍ଷଣ କରି ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ପଡିକାର୍ଡ ପ୍ରଦାନ କରାଯିବ ବୋଲି କହିଛନ୍ତି ଖାଦ୍ୟ, ଯୋଗାଣ, ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମାର୍ଚ୍ଚ ୩୧ ତାରିଖ ପଡିକାର୍ଡ ଇ–କେୱାଇସିର ଶେଷ ତାରିଖ ହୋଇଥିବା ବେଳେ ଧାର୍ଯ୍ୟ ତାରିଖ ସୁଦ୍ଧା ଶେଷ ହୋଇଯିବ ସମସ୍ତ କାର୍ଯ୍ୟ । ପ୍ରାୟ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ପଡିକାର୍ଡ କଟା ସରିଥିବା କହିଛନ୍ତି ମନ୍ତ୍ରୀ। ସେହିପରି କିଛି ଚାକିରିଆମାନେ ଫେରାଇଛନ୍ତି ଏହି କାର୍ଡ । ବର୍ତ୍ତମାନ ଆୟକର ଦେଉଥିବା ବ୍ୟକ୍ତିମାନଙ୍କର ତାଲିକା ଆସିଥିବା ବେଳେ ଏଗୁଡିକର କରାଯିବ ସର୍ବେକ୍ଷଣ । ଭଲ ଆୟ ଥିବା ଲୋକଙ୍କର ପଡିକାର୍ଡ କଟାଯିବ, ଯେଉଁ ଗରିବ ବ୍ୟକ୍ତି ଋଣ କିମ୍ବା ଅନ୍ୟ କାରଣରୁ ଆୟକର ଦାଖଲ କରିଥିବେ, ସେମାନଙ୍କର କାର୍ଡ କଟିବନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।
What's Your Reaction?






