ନେପାଳରେ ବନ୍ୟା ବିଭୀଷିକା, ମୃତ୍ୟୁସଂଖ୍ୟା ୧୩୪୪

Sep 5, 2026 - 15:03
 0  0
ନେପାଳରେ ବନ୍ୟା ବିଭୀଷିକା, ମୃତ୍ୟୁସଂଖ୍ୟା ୧୩୪୪

ନେପାଳରେ ଗତ ସପ୍ତାହରେ ଘଟିଥିବା ଭୟଙ୍କର ବନ୍ୟା ଓ ଫ୍ଲାସ୍‌ ଫ୍ଲଡ୍‌ ପରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ନେପାଳ ପୋଲିସର ତାଜା ତଥ୍ୟ ଅନୁସାରେ, ଏହି ବିପର୍ଯ୍ୟୟରେ ଏଯାଏଁ ୧୩୪୪ ଜଣଙ୍କ ଜୀବନ ଯାଇଛି। ଉତ୍ତର ଓ ମଧ୍ୟ ନେପାଳର ଅନେକ ଗାଁ ଓ ସହର ବନ୍ୟାରେ ପ୍ରଭାବିତ ହୋଇଛି । 

ନେପାଳରେ ଗତ ସପ୍ତାହରେ ଘଟିଥିବା ଭୟଙ୍କର ବନ୍ୟା ଓ ଫ୍ଲାସ୍‌ ଫ୍ଲଡ୍‌ ପରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ନେପାଳ ପୋଲିସର ତାଜା ତଥ୍ୟ ଅନୁସାରେ, ଏହି ବିପର୍ଯ୍ୟୟରେ ଏଯାଏଁ ୧୩୪୪ ଜଣଙ୍କ ଜୀବନ ଯାଇଛି । ଉତ୍ତର ଓ ମଧ୍ୟ ନେପାଳର ଅନେକ ଗାଁ ଓ ସହର ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟା ପାଣି କମିଥିଲେ ମଧ୍ୟ ଅନେକ ଅଞ୍ଚଳରେ ଏବେ ବି ମାଟି ଓ ମାଲବା ତଳେ ଚାଲିଛି ଉଦ୍ଧାର କାର୍ଯ୍ୟ । ନିଖୋଜ ଲୋକଙ୍କୁ ଖୋଜିବା ଏବେ ଉଦ୍ଧାରକାରୀ ଦଳ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ମାଟି ଓ କାଦୁଅ ତଳେ ଲୋକ ଫସି ରହିଥିବା ଆଶଙ୍କାରେ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରହିଛି ।

ଏହି କଠିନ ସମୟରେ ନେପାଳର ସହାୟତା ପାଇଁ ଭାରତ ମଧ୍ୟ ଆଗେଇ ଆସିଛି । ଭାରତ ପକ୍ଷରୁ ୧୧ ଜଣିଆ ଏନ୍‌ଡିଆରଏଫ୍‌ର ଏକ ବିଶେଷଜ୍ଞ ଟିମ୍‌ ନେପାଳ ପଠାଯାଇଛି । ସ୍ଥାନୀୟ ଉଦ୍ଧାରକାରୀ ଦଳ ସହ ମିଶି ଏହି ଟିମ୍‌ ନିଖୋଜ ଲୋକଙ୍କୁ ଖୋଜିବା ସହ ଉଦ୍ଧାର ଅଭିଯାନରେ ସାମିଲ ହୋଇଛି । ରସୁୱା ଜିଲ୍ଲାର ଚିଲିମେ ହାଇଡ୍ରୋପାୱାର ପ୍ଲାଣ୍ଟ ନିକଟରେ ଏନ୍‌ଡିଆରଏଫ୍‌ ଟିମ୍‌କୁ ମୁତୟନ କରାଯାଇଛି । ମାଟି ଓ କାଦୁଅରେ ଭର୍ତ୍ତି ସୁଡ଼ଙ୍ଗ ଭିତରେ ତଲାସୀ କରିବା ଏବଂ ରଶି ସହାୟତାରେ ଉଦ୍ଧାର କରିବାରେ ଏହି ଟିମ୍‌ର ବିଶେଷ ଅଭିଜ୍ଞତା ରହିଛି ।

ନେପାଳ-ତିବ୍ବତ ସୀମା ନିକଟରେ ବରଫ ଓ ପଥର ଧସିବା ପରେ ହଠାତ୍‌ ଆସିଥିବା ବନ୍ୟା ଏହି ବିପର୍ଯ୍ୟୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ଅଗଷ୍ଟ ୨୬ରେ ଆସିଥିବା ଏହି ଫ୍ଲାସ୍‌ ଫ୍ଲଡ୍‌ ଅନେକ ଅଞ୍ଚଳକୁ ଛାରଖାର କରିଦେଇଥିଲା । ୧୩୪୪ ଜଣଙ୍କ ମୃତ୍ୟୁର ଆକଳନ ଏହି ବିପର୍ଯ୍ୟୟର ଭୟାବହତାକୁ ସ୍ପଷ୍ଟ କରୁଛି । ଅନେକ ଲୋକ ଘର ହରାଇଥିବାବେଳେ ଅନେକ ପରିବାର ହରାଇଛନ୍ତି ନିଜ ପ୍ରିୟଜନଙ୍କୁ। ପାଣି ଛାଡ଼ି ଯାଇଥିଲେ ବି ନେପାଳରେ ଛାଡ଼ିଯାଇଛି ବିପର୍ଯ୍ୟୟର ଗଭୀର ଚିହ୍ନ । 

What's Your Reaction?

like

dislike

love

funny

angry

sad

wow