ନେପାଳ ଛାରଖାର ଭାସିଲା ଶାଳଗ୍ରାମ ! ଭାଇରାଲ ହେଉଛି ଭିଡିଓ

Sep 2, 2026 - 12:55
ନେପାଳ ଛାରଖାର ଭାସିଲା ଶାଳଗ୍ରାମ ! ଭାଇରାଲ ହେଉଛି ଭିଡିଓ

ନେପାଳ ପ୍ରଳୟ ଭିତରେ ଖୁବ୍ ଭାଇରାଲ ହେଉଛି  ଏକ ବିଶାଳ କଳା ପଥର । କୁହାଯାଉଛି ଏହା ଦୁନିଆର ସବୁଠୁ ବଡ଼ ପବିତ୍ର ଶାଳଗ୍ରାମ । କୁହାଯାଉଛି ନେପାଳ ଜୟ ପ୍ରଳୟ ଏତେ ଭୟଙ୍କର ଥିଲା ଯେ, ଏହି ବିଶାଳ ଶାଳଗ୍ରାମ ପଥର ପାହାନରୁ ବହିଆସି ନେପାଳ ମୁକ୍ତିନାଥ ଘାଟିରେ ପ୍ରବାହିତ କାଲି ଗର୍ଡକି ନଦୀରେ ଅଟକିଛି । ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଏ କଳା ପଥର ଖୁବ୍ ଭାଇରାଲ ହେଉଛି  ଏବଂ ଲୋକେ ଏହାକୁ ଭଗବାନଙ୍କ ଚମତ୍କାର କହି ପୂଜା କରୁଛନ୍ତି । କିନ୍ତୁ ଏହି ଭାଇରାଲ ଭିଜୁଆଲ ପଛର ସତ ଆଉ କିଛି । ଫ୍ୟାକ୍ଟ ଚେକିଙ୍ଗରୁ ଯାହା ତଥ୍ୟ ମିଳିଛି, ଏହି ବିଶାଳ ଶିଳା ଏବେକାର ଜଳ ପ୍ରଳୟରେ ବହି ଆସିନି ବରଂ ଏହି ପବିତ୍ର ଶିଳା ବର୍ଷ ବର୍ଷ ଧରି ଏହି ଘାଟରେ ରହିଥିବା କୁହାଯାଉଛି । ଏହାକୁ ବର୍ଷ ବର୍ଷ ଧରି ସାଧୁ ସନ୍ଥ ପୂଜାର୍ଚ୍ଚନା କରିଆସୁଛନ୍ତି । ଏହାର ଅର୍ଥ ବନ୍ୟାରେ ଏହି ପଥର ବହିଆସିଥିବା କଥା ସତ ନୁହେଁ  । 

ଏହି ପଥରକୁ ନେଇ ସନାତନ ଧର୍ମରେ ବି ବେଶ୍ ଗୁରୁତ୍ବ ରହିଛି । ହିନ୍ଦୁ ଧର୍ମରେ ଶାଳଗ୍ରାମ କୌଣସି ସାଧାରଣ ପଥର ନୁହେଁ ବରଂ ଭଗବାନ ବିଷ୍ଣୁଙ୍କ ସ୍ବୟଂମ୍ଭୂ ବିଗ୍ରହ । ଏହା ପୂଜାର ସ୍ବତନ୍ତ୍ର ବିଧିବିଧାନ ବି ରହିଛି । ଏହି ଶିଳା ଉପରେ ଯେଉଁ ଖୋଦେଇ ହେବା ପରି ଦେଖାଯାଏ ଏହାକୁ ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରର ପ୍ରତୀକ ବୋଲି କୁହାଯାଏ ।   ଏହା ମଧ୍ୟ ବିଶ୍ବାସ ରହିଛି ପତିବ୍ରତା ବୃନ୍ଦାବନ ବରଦାନ କାରଣରୁ ଭଗବାନ୍ ବିଷ୍ଣୁ ଗଣ୍ଡକୀ ନଦୀରେ ଶିଳା କଳା ରଙ୍ଗର ଶିଳା ରୂପରେ ବାସ କରିବାକୁ ସ୍ବୀକାର କରିନେଲେ । ଏଥିପାଇଁ ଶାଳଗ୍ରାମର ପୂଜା ସବୁବେଳେ ତୁଳସୀ ମଞ୍ଜରୀ ସହ କରାଯାଏ ।  

 ଆଧ୍ୟାତ୍ମିକ କାରଣ ପରେ ବି ଏହି ପଥରକୁ ନେଇ ଏକ ଅଦ୍ଭୁତ ବୈଜ୍ଞାନିକ ଇତିହାସ ବି ରହିଛି । କୁହାଯାଏ, ଆଜି ଯେଉଁଠି ହିମାଳୟ ପର୍ବତମାଳା ଛିଡ଼ା ହୋଇଛି କୋଟି କୋଟି ବର୍ଷ ଆଗରୁ ସେଠାରେ ଟେଥିସ୍ ନାଁରେ ଏକ ବିଶାଳ ସମୁଦ୍ର ଥିଲା । ସେଠି ରହୁଥିଲେ ଇମୋନାଇଟ୍ ନାମକ ସାମୁଦ୍ରିକ ଜୀବ , ଯେଉଁମାନଙ୍କ ଖୋଳ ଚକ୍ର ଭଳି ଦେଖାଯାଉଥିଲା। କିନ୍ତୁ ଯେବେ ପୃଥିବୀର ଭୂ- ଚଳନ ଫଳରେ ହିମାଳୟ ପର୍ବତ ସୃଷ୍ଟି ହେଲା ତା ତଳେ ଦବିଗଲେ ଲକ୍ଷ ଲକ୍ଷ ଇମୋନାଇଟ୍ ସାମୁଦ୍ରିକ ଜୀବ ।  କୋଟି କୋଟି ବର୍ଷ ଧରି ମାଟିର  ଚାପ ଫଳରେ ସେମାନଙ୍କ ଜୀବାଶ୍ମ ପଥର ରୂପ ନେଇଗଲା । ନେପାଳର ଗଣ୍ଡକୀ ନଦୀ ବିଶ୍ବର ଏପରି ଏକମାତ୍ର ନଦୀ ଯେଉଁଠି ଏହି ପ୍ରାକୃତିକ ଶିଳାଗ୍ରାମ ପଥର ମିଳେ । କହିବାକୁ ଗଲେ ଏହି କଳା ପଥର ଆମର ସନାତନ ବିଶ୍ବାସ ଓ କୋଟି କୋଟି ବର୍ଷର ବୈଜ୍ଞାନିକ ଇତିହାସର ଏକ ଅଦ୍ଭୁତ ସଙ୍ଗମ  ।

ଏହା ବାଦ୍ ବି ଲୋକେ କହୁଛନ୍ତି ନେପାଳ ବିଭୀଷିକାରେ ଯେଉଁଠି ସବୁକିଛି ଛାରଖାର ହୋଇଗଲା ସେଠି ଏ ବିଶାଳ ଶାଳଗ୍ରାମ ବି ତ ଭାସିଯାଇଥାନ୍ତା। ଏଇଠି ରହିଗଲା । ଇଏ ତ ଚମତ୍କାର । ଏହାକୁ ୨୦୧୩ ଉତ୍ତରାଖଣ୍ଡ ପ୍ରଳୟ ସହ ତୁଳନା କରୁଛନ୍ତି । ସେଠି ବି ସବୁ ଛାରଖାର ହୋଇଥିଲେ ବି ଅକ୍ଷୁର୍ଣ୍ଣ ହୋଇ ଛିଡ଼ା ହୋଇଥିଲା ମହାଦେବଙ୍କ କେଦାରନାଥ ମନ୍ଦିର । ସବୁ ତଥ୍ୟ ପରେ ବି ଲୋକଙ୍କ ବିଶ୍ବାସ ଏ ଭିଡିଓକୁ ଖୁବ୍ ଭାଇରାଲ କରୁଛି।  

What's Your Reaction?

like

dislike

love

funny

angry

sad

wow