ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ
୮୦ ବର୍ଷ ବୟସରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ୟ୍ୟଙ୍କ ପରଲୋକ । ଜୁଲାଇ ୨୯ ତାରିଖରେ ଭଟ୍ଟାଚାର୍ୟ୍ୟଙ୍କୁ ଆଲିପୋରର ଏକ ଘରୋଇ ହାସପାତାଳରେ କରାଯାଇଥିଲା ଭର୍ତ୍ତି । ଏକାଧିକ ରୋଗ ସହ ସେ ନିମୋନିଆରେ ହେଉଥିଲେ ଚିକିତ୍ସିତ । ମାତ୍ର ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ବଙ୍ଗଳାର ୩୪ ବର୍ଷ ବାମପନ୍ଥୀ ଶାସନ କାଳରେ ଭଟ୍ଟାଚାର୍ୟ୍ୟ ହେଉଛନ୍ତି ଦ୍ୱିତୀୟ ଏବଂ ଶେଷ ସିପିଏମ ମୁଖ୍ୟମନ୍ତ୍ରୀ ,ଯିଏକି ୨୦୦୦ ରୁ ୨୦୧୧ ପର୍ୟ୍ୟନ୍ତ କ୍ରମାଗତ ୧୧ ବର୍ଷ କରିଥିଲେ କାର୍ଯ୍ୟ।
Jangyaseni Parida