ବୁଡିଲା ଭଟ୍ଟାରିକା ମନ୍ଦିର ବେଢ଼ା

Aug 8, 2024 - 11:53
 0  1
ବୁଡିଲା ଭଟ୍ଟାରିକା ମନ୍ଦିର ବେଢ଼ା

ଲଗାଣ ବର୍ଷା ହେତୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।  ଫଳରେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଛି ମହାନଦୀର ବନ୍ୟାଜଳ। ବନ୍ୟାଜଳ ମା’ ଙ୍କୁ ଜଳାଶାୟୀ କରିବାକୁ ହେଲେ ଆହୁରି କିଛି ସମୟ ଲାଗିବ ବୋଲି କରାଯାଉଛି ଅନୁମାନ । ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘର ଏବଂ ମାଙ୍କୁ କରାଯିବ ସ୍ଥାନାନ୍ତର । ସେଥିପାଇଁ ମା’ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ରହିଛି ସଜାଗ । ସେହିପରି ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ବଡମ୍ବା ଦେବୋତ୍ତର ବିଭାଗ।

What's Your Reaction?

like

dislike

love

funny

angry

sad

wow