ପ୍ରତି ୨ ଘଣ୍ଟାରେ ଦିଅ ରିପୋର୍ଟ, ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

କୋଲକାତା ଆର୍ଜି କର ମେଡିକାଲ କଲେଜରେ ତାଲିମ୍ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଜାରି ରହିଛି ବିକ୍ଷୋଭ। ଏହାକୁ ନେଇ ନିଜ ନିୟମକୁ କଡ଼ାକଡ଼ି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ।ଏଣିକି ସବୁ ରାଜ୍ୟ ପ୍ରତି ୨ ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଦେବେ ରିପୋର୍ଟ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇବେ ସବିଶେଷ ତଥ୍ୟ। ଗୃହ ମନ୍ତ୍ରାଳୟକୁ ଗୋଟି ଗୋଟି କରି ୨ ଘଣ୍ଟାକୁ ଥରେ ସଦ୍ୟ ତଥ୍ୟ ଜଣାଇବେ ସବୁ ରାଜ୍ୟ।
What's Your Reaction?






