ଆଜି ଭାରତ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ

ଆଜି ଭାରତ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩,ଯେଉଁଥିରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନକୁ ମିଳିଥିଲା ଐତିହାସିକ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁର ଶିବଶକ୍ତି ପଏଣ୍ଟରେ ନରମ ଅବତରଣ କରିଥିଲା ଲ୍ୟାଣ୍ଡର ବିକ୍ରମ।ଏହାପରେ ତଥ୍ୟ ପଠାଇଥିଲା ରୋଭର୍ ପ୍ରଜ୍ଞାନ। ମହାକାଶ ଯାତ୍ରା କ୍ଷେତ୍ରରେ ଏହି ସଫଳତାକୁ ନେଇ ପ୍ରତିବର୍ଷ ଆଜିର ଦିନ ତଥା ୨୩ ଅଗଷ୍ଟକୁ ଜାତୀୟ ମହାକାଶ ଦିବସ ଭାବେ କରାଯାଇଥିଲା ଘୋଷଣା । ଚଳିତ ବର୍ଷ ପାଳନ ହେଉଛି ପ୍ରଥମ ଜାତୀୟ ମହାକାଶ ଦିବସ। ଚଳିତ ବର୍ଷର ଥିମ ରହିଛି ଟଚିଂ ଲାଇଭସ ହ୍ଵାଇଲ ଟଚିଂ ମୁନ୍ ଅର୍ଥାତ ଚନ୍ଦ୍ରର ସ୍ପର୍ଶ ସହିତ ଜୀବନ ଅନୁଭୂତି। ଏହି ଅବସରରେ ପ୍ରାୟ ମାସେ ଧରି ଦେଶର ବିଭିନ୍ନ ସ୍ଥାନରେ ଇସ୍ରୋ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି ଆୟୋଜିତ ।
What's Your Reaction?






