କୋଲକାତା ଘଟଣା: ପୀଡିତା ପରିବାରକୁ କ୍ଷମା ମାଗିଲେ ମମତା

Aug 28, 2024 - 15:06
 0  2
କୋଲକାତା ଘଟଣା: ପୀଡିତା ପରିବାରକୁ କ୍ଷମା ମାଗିଲେ ମମତା

କୋଲକତା ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ନିଆଁ ଜଳୁଥିବାବେଳେ ରଣକ୍ଷେତ୍ର ପାଲଟିଛି ପଶ୍ଚିମବଙ୍ଗ। ଗତକାଲି ନବାନ୍ନ ରାଲି କରିଥିଲା  ଛାତ୍ର ସଙ୍ଗଠନ। ଆଜି ବିଜେପି ପକ୍ଷରୁ ହେଉଛି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ। ଏହାରି ଭିତରେ ପୀଡିତା ପରିବାରକୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ଏଥିସହ ତୃଣମୂଳ ଛାତ୍ର ପରିଷଦର ସ୍ଥାପନ ଦିବସକୁ ସେ ପୀଡିତାଙ୍କ ପରିବାରକୁ କରିଛନ୍ତି ସମର୍ପିତ ।ସେହିପରି ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରିବେ ବୋଲି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର। ଆସନ୍ତା ସପ୍ତାହରେ ରାଜ୍ୟରେ ଲାଗୁ ହେବ ନୂଆ ଆଇନ। ଏଥିରେ ଦୁଷ୍କର୍ମୀକୁ ଅପରାଧର ୭ ଦିନ ଭିତରେ ଫାଶୀ ଦଣ୍ଡ ଦେବାର ରହିବ ବ୍ୟବସ୍ଥା ।କୋଲକାତା ଦୁଷ୍କର୍ମ ଓ ହତ୍ୟାର ଦୋଷୀ ପାଇଁ ଫାଶୀ ଦଣ୍ଡ ଦାବି କରି ମମତା ବାନାର୍ଜୀ ଦୁଇ ଦିନ ଧାରଣାରେ ବସିବେ ବୋଲି ମଧ୍ୟ ଆଜି କରିଛନ୍ତି ଘୋଷଣା । ସେ କହିଛନ୍ତି ଯେ, “ଫାଶୀ ଦଣ୍ଡ ଦାବିରେ ମୁଁ ସମସ୍ତ ବ୍ଲକକୁ ଅଗଷ୍ଟ ୩୧ରେ ବିକ୍ଷୋଭ କରିବାକୁ ଦେଉଛି ଆହ୍ୱାନ । 

What's Your Reaction?

like

dislike

love

funny

angry

sad

wow