ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା

ଏଣିକି ପୁରୀ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ। ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ କେବଠୁ ଓ କେମିତି ଦିଆଯିବ ମହାପ୍ରସାଦ, ସେନେଇ ଆଇନ ମନ୍ତ୍ରୀ ସ୍ପଷ୍ଟ କରିନଥିବାବେଳେ ସେ କହିଛନ୍ତି ଯେ, ଏ ସଂପର୍କରେ ଏକ ରୂପରେଖ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ ଦାତାଙ୍କ ସହ ଏନେଇ ଆଲୋଚନା ମଧ୍ୟ ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
What's Your Reaction?






