ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ

Aug 18, 2024 - 12:37
 0  3
ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ

ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ହେବ କାର୍ୟ୍ୟାନୁଷ୍ଠାନ । ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ। ଏଭଳି କରିବାକୁ ପ୍ରତି ପୂଜା କମିଟିକୁ ଲିଖିତ ଜଣାଇବେ କମିଶନରେଟ ପୁଲିସ। ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ଜରୁରୀ ରହିବ ପୁଲିସ ଅନୁମତି। ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ କରାଯାଇଛି ବାରଣ। ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ରହିବେ ମୁତୟନ। 

What's Your Reaction?

like

dislike

love

funny

angry

sad

wow