ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଫୁମିଓ କିଶିଡା

Aug 14, 2024 - 14:21
 0  6
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଫୁମିଓ କିଶିଡା

ନିଜ ଇସ୍ତଫା ଘୋଷଣା କଲେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା । ସେ କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବରରେ ଦେବି ଇସ୍ତଫା । ଶେଷ ହେବ ତିନି ବର୍ଷର କାର୍ଯ୍ୟକାଳ । ଶାସକ ଦଳର ଲିବରାଲ ଡେମୋକ୍ରାଟିକ ସଭାପତି ପଦ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ  ଘୋଷଣା କରିଛନ୍ତି ଫୁମିଓ କିଶିଡା। ଅକ୍ଟୋବର ୨୦୨୧ରେ ଫୁମିଓ କିଶିଡା ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଗ୍ରହଣ କରିଥିଲେ ଦାୟିତ୍ୱ । ୟୋସିହିଡେ ସୁଗାଙ୍କ ସ୍ଥାନ ନେଇଥିଲେ କିଶିଦା । ତେବେ ଚଳିତ ବର୍ଷ ଅକ୍ଟୋବରରେ ଜାପାନରେ ଅନୁଷ୍ଠିତ ହେବ ନିର୍ବାଚନ ।

What's Your Reaction?

like

dislike

love

funny

angry

sad

wow