ଏସସି-ଏସଟି ଭିତରେ ସବ୍-କାଟାଗୋରୀକୁ ମଞ୍ଜୁରୀ

Aug 1, 2024 - 15:10
 0  5
ଏସସି-ଏସଟି ଭିତରେ ସବ୍-କାଟାଗୋରୀକୁ ମଞ୍ଜୁରୀ

ଏଣିକି କୋଟା ଭିତରେ ମିଳିବ କୋଟା।ଏସସି-ଏସଟି ତଥା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ହୋଇପାରିବ ଉପବର୍ଗ ବା ସବ୍‌-କ୍ୟାଟେଗୋରୀ। ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ  ପ୍ରସଙ୍ଗ ଉପରେ ଆଜି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚଅଦାଲତ।ସୂଚନା ଅନୁୟାୟୀ, ୨୦୦୪ରେ ଦେଇଥିବା ନିଜର ଏକ ରାୟକୁ ଖାରଜ କରି ସର୍ବୋଚ୍ଚଅଦାଲତ କହିଛନ୍ତି ଯେ, ସବୁ ଏସସି-ଏସଟିଙ୍କ ମଧ୍ଯରେ ସମସ୍ତଙ୍କ ସ୍ଥିତି ସମାନ ନୁହେଁ। କିଏ ଅଧିକ ଅବହେଳିତ ତ କିଏ ଅପେକ୍ଷାକୃତ ଭଲରେ ଅଛି। ତେଣୁ ଅଧିକ ପଛୁଆ ଥିବା ବର୍ଗର ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ ଏସସି-ଏସଟି ମଧ୍ଯରେ କୋଟା କରାଯାଇପାରିବ କୋଟା ।ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ଯକ୍ଷତାରେ ହୋଇଥିବା ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ  ଶୁଣାଇଛନ୍ତି ଏହି ରାୟ। ତେବେ ୭ ବିଚାରପତିଙ୍କ ମଧ୍ଯରୁ ଜଣେ ଭିନ୍ନ ରାୟ ଦେଇଥିବାବେଳେ ସର୍ବୋଚ୍ଚଅଦାଲତ କହିଛନ୍ତି ଯେ, ସଂରକ୍ଷଣ ଭିତରେ ସଂରକ୍ଷଣ ଦେବା ପାଇଁ ଉପଯୁକ୍ତ ତଥ୍ୟ ଥିବା ଦରକାର। ଗୋଟିଏ ବର୍ଗରେ ଲୋକଙ୍କୁ ସଂରକ୍ଷଣର ସୁବିଧା ମିଳୁନଥିବାର ପ୍ରମାଣ ଥିବା ଦରକାର ବୋଲି କହିଛନ୍ତି ଅଦାଲତ ।

What's Your Reaction?

like

dislike

love

funny

angry

sad

wow