ଫିଟନେସ୍ ନଥିଲେ ରାସ୍ତାରେ ଗଡିପାରିବନି ଗାଡି

ଏଣିକି ରାସ୍ତାରେ ଗଡି ପାରିବ ନାହିଁ ବିନା ଫିଟନେସ ଓ ପଞ୍ଜିକରଣରେ ଚାଲୁଥିବା ଗାଡି । ଜରିମାନା ସହ ଗାଡ଼ିକୁ ଅଟକ ରଖିବେ ପରିବହନ ବିଭାଗ କର୍ତ୍ତୃପକ୍ଷ। ଏ ନେଇ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ। ସଡକ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷାକୁ ନେଇ କଡାକଡି ନିୟମ ପାଳନ କରିବାକୁ ଜାରି ହୋଇଛି ଏହି ନିର୍ଦ୍ଦେଶ ।ସେହିପରି ଫିଟନେସ ଓ ପଞ୍ଜିକରଣ ବୈଧତା ସରିଥିବା ଗାଡିର ତାଲିକା ପ୍ରସ୍ତୁତ କରିବେ ଏମଭିଆଇ। ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ କମିଶନର ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏହି ସବୁ ନିୟମକୁ କଡାକଡି ଭାବେ କରାଯିବ ଗ୍ରହଣ । ସାରା ରାଜ୍ୟରେ ଫିଟନେସ ଓ ପଞ୍ଜିକରଣ ପ୍ରମାଣପତ୍ର ଯାଞ୍ଚ କରିବାକୁ ସମସ୍ତ ଉପ ପରିବହନ ଆୟୁକ୍ତ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ ବାଣିଜ୍ୟ ଗାଡି ଗୁଡିକ ନିମନ୍ତେ ବାଧ୍ୟତା ମୂଳକ ରହିଛି ବୈଧ ପଞ୍ଜୀକରଣ ଓ ପଞ୍ଜିକରଣ ପ୍ରମାଣପତ୍ର। ଏହା ନଥିଲେ ଗାଡି ରାସ୍ତାରେ ଚାଲିବାକୁ ମିଳିବନି ଅନୁମତି । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଛି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ।
What's Your Reaction?






