ବଜରଙ୍ଗ ପୁନିଆ ୪ବର୍ଷ ବାସନ୍ଦ
ଭାରତର ତାରକା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍କା। ତାଙ୍କୁ ୪ ବର୍ଷ ପାଇଁ ନିଲମ୍ବିତ କରିଛି ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ତଥା ନାଡା। ବଜରଙ୍ଗ ପୁନିଆ ଆଣ୍ଟି ଡୋପିଂ କୋଡ୍ର ଉଲ୍ଲଙ୍ଘନ କରିଥିବା ଯୋଗୁ ତାଙ୍କ ବିରୋଧରେ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ । କେବଳ ସେତିକି ନୁହେଁ ଏହି ଅବଧି ସମୟରେ ସେ ବିଦେଶରେ ମଧ୍ୟ ନେଇପାରିବେ ନାହିଁ ତାଲିମ୍।ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଦଳ ପାଇଁ ହୋଇଥିବା ଚୟନ ବେଳେ ପରୀକ୍ଷା ପାଇଁ ନମୁନା ଦେବାକୁ ମନା କରିଥିଲେ ବଜରଙ୍ଗ । ପ୍ରଥମେ ଏପ୍ରିଲ ୨୩ ତାରିଖରେ ତାଙ୍କୁ ନିଲମ୍ବନ କରିଥିଲା ନାଡା । ପରେ ବିଶ୍ୱ କୁସ୍ତି ସଂଗଠନ ମଧ୍ୟ ତାଙ୍କୁ କରିଥିଲା ନିଲମ୍ବନ । ବଜରଙ୍ଗ ଏହା ବିରୋଧରେ ଅପିଲ କରିବାରୁ ମେ ୩୧ ତାରିଖରେ ନିଲମ୍ବନ ପ୍ରତ୍ୟାହାର କରିଥିଲେ ନାଡା ଶୃଙ୍ଖଳା କମିଟି । ପରେ ଜୁନ୍ ୨୩ ତାରିଖରେ ବଜରଙ୍ଗଙ୍କୁ ଦୋଷୀ ଦର୍ଶାଇ ନୋଟିସ୍ କରିଥିଲା ନାଡା । ହେଲେ ଏହାକୁ ଆହ୍ୱାନ କରିଥିଲେ ବଜରଙ୍ଗ । ଏକାଧିକ ଥର ଶୁଣାଣି ହେବା ପରେ ତାଙ୍କୁ ଏବେ ୪ ବର୍ଷ ପାଇଁ କରାଯାଇଛି ନିଲମ୍ବନ ।
What's Your Reaction?