ବଢିଲା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା

ବଢିଲା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା । ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତାଠାରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗଙ୍କ ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ଏଣିକି ଜୁନ ମାସରୁ ଏମାନଙ୍କୁ ମାସକୁ ମିଳିବ ୩,୫୦୦ ଟଙ୍କା । ଜୁନ୍ ସୁଦ୍ଧା ୮୦ବର୍ଷ ହୋଇଥିଲେ ବି ମିଳିବ ବର୍ଦ୍ଧିତ ଟଙ୍କା । ଏହି ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରିଛନ୍ତି ସରକାର ।ଏହାଦ୍ବାରା ରାଜ୍ୟରେ ୪ ଲକ୍ଷ ୧୭ ହଜାର ୪୯୬ ଜଣ ହିତାଧିକାରୀ ହେବେ ଉପକୃତ ।
What's Your Reaction?






