ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେଲେ ନିତିନ ନବୀନ
ବିଧିବଦ୍ଧ ଭାବେ ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନିତିନ ନବୀନ । ୪୫ ବର୍ଷୀୟ ନବୀନ ଏହି ପଦରେ ଅଭିଷିକ୍ତ ହେବାରେ ହେଉଛନ୍ତି ସର୍ବକନିଷ୍ଠ ନେତା। ସେ ୨୦୨୦ ମସିହାରୁ ଏହି ପଦବୀରେ ଥିବା ଜେ.ପି. ନଡ୍ଡାଙ୍କ ନେଇଛନ୍ତି ସ୍ଥାନ । ବିହାର ରାଜନୀତିରେ ଏକ ଦୃଢ଼ ପୃଷ୍ଠଭୂମି ଥିବା ପାଞ୍ଚଥର ବିଧାୟକ ନୀତିନ ନବୀନ ଦଳର ସର୍ବୋଚ୍ଚ ପଦବୀ ପାଇଁ ଥିଲେ ଏକମାତ୍ର ପ୍ରାର୍ଥୀ ।ଏହି ଅବସରରେ ନୀତିନ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ପୂର୍ବତନ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ
What's Your Reaction?