ଭୁବନେଶ୍ୱରରେ ‘ଆମ ବସ’ ସେବା ଠପ

ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ’ ସେବା ହୋଇଛି ଠପ । ସୁରକ୍ଷା ଦାବିରେ ବସ ଡ୍ରାଇଭର୍ ଓ କଣ୍ଡକ୍ଟର ଆନ୍ଦୋଳନକୁ ଓହ୍ଲାଇଥିବାରୁ ବନ୍ଦ ହୋଇଯାଇଛି ଏହି ସେବା, ଫଳରେ ଯାତ୍ରୀମାନେ ନାନା ଅସୁବିଧାର ହୋଇଛନ୍ତି ସମ୍ମୁଖୀନ । ସୂଚନାଯୋଗ୍ୟ, କିଛିଦିନ ତଳେ ‘ଆମ ବସ’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ହାନି ହୋଇଥିଲା ସାଧାରଣ ଜନତାଙ୍କ ଧନଜୀବନ। ଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ମାଡ଼ ମାରିବା, ବସ ଭାଙ୍ଗିଦେବା ଆଦି ଘଟଣା ବି ଘଟିଥିଲା। ଏସବୁ ପରେ ମଙ୍ଗଳବାର ଏହାକୁ ପ୍ରତିବାଦକରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ‘ଆମ ବସ’ର ଡ୍ରାଇଭର ଓ କଣ୍ଡକ୍ଟର।ସେମାନଙ୍କୁ ସୁରକ୍ଷା ଯୋଗାଇଦେଲେ ସେମାନେ ଗାଡ଼ି ଚଲାଇବେ, ନହେଲେ ଗାଡ଼ି ଗଡିବ ନାହିଁ ବୋଲି କହିଛନ୍ତି ସଂଘ।
What's Your Reaction?






