ମାନସିକ ଚାପ ବଢ଼ାଇପାରେ ବ୍ଲଡ୍ ସୁଗାର ; ଜାଣନ୍ତୁ କାରଣ ଓ ନିୟନ୍ତ୍ରଣର ଉପାୟ

Sep 10, 2026 - 12:08
 0  1
ମାନସିକ ଚାପ ବଢ଼ାଇପାରେ ବ୍ଲଡ୍ ସୁଗାର ; ଜାଣନ୍ତୁ କାରଣ ଓ ନିୟନ୍ତ୍ରଣର ଉପାୟ

ଯେତେବେଳେ ଜଣେ ବ୍ୟକ୍ତି ଷ୍ଟ୍ରେସ୍‌ରେ ଥାଏ, ଶରୀର ନିଜକୁ କୌଣସି ବିପଦ କିମ୍ବା ଆହ୍ୱାନର ସାମ୍ନା କରିବା ପାଇଁ ପ୍ରସ୍ତୁତ କରିଥାଏ ।

ଏହି ସମୟରେ ଶରୀରରେ କୋର୍ଟିସୋଲ୍ ଏବଂ ଆଡ୍ରେନାଲିନ୍ ଭଳି ହରମୋନ୍‌ଗୁଡ଼ିକ ଅଧିକ ସକ୍ରିୟ ହୋଇଉଠନ୍ତି, ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇବା ପାଇଁ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ବଢ଼ାଇଦିଅନ୍ତି । 

ମାନସିକ ଚାପ ବା ଷ୍ଟ୍ରେସ୍‌କୁ ପ୍ରାୟତଃ କେବଳ ମାନସିକ ସମସ୍ୟା ଭାବେ ଦେଖାଯାଏ, କିନ୍ତୁ ଏହାର ପ୍ରଭାବ କେବଳ ମସ୍ତିଷ୍କ ମଧ୍ୟରେ ସୀମିତ ରହେନାହିଁ । ଯେତେବେଳେ ଜଣେ ବ୍ୟକ୍ତି ଷ୍ଟ୍ରେସ୍‌ରେ ଥାଏ, ଶରୀର ନିଜକୁ କୌଣସି ବିପଦ କିମ୍ବା ଆହ୍ୱାନର ସାମ୍ନା କରିବା ପାଇଁ ପ୍ରସ୍ତୁତ କରିଥାଏ । ଏହି ସମୟରେ ଶରୀରରେ କୋର୍ଟିସୋଲ୍ ଏବଂ ଆଡ୍ରେନାଲିନ୍ ଭଳି ହରମୋନ୍‌ଗୁଡ଼ିକ ଅଧିକ ସକ୍ରିୟ ହୋଇଉଠନ୍ତି, ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇବା ପାଇଁ ରକ୍ତରେ ଗ୍ଲୁକୋଜ୍‌ର ମାତ୍ରା ବଢ଼ାଇଦିଅନ୍ତି ।

ସାଧାରଣତଃ ଅଳ୍ପ ସମୟ ପାଇଁ ଚାପ ରହିଲେ ରକ୍ତରେ ଶର୍କରା ବା ବ୍ଲଡ୍ ସୁଗାର ସ୍ତର ଅଳ୍ପ ସମୟ ପାଇଁ ବଢ଼ିଥାଏ । କିନ୍ତୁ ଯଦି ଜଣେ ବ୍ୟକ୍ତି କ୍ରମାଗତ ଭାବେ ମାନସିକ ଚାପରେ ରହୁଛନ୍ତି, ନିଦ୍ରାହୀନତାର ଶିକାର ହେଉଛନ୍ତି ଏବଂ ଦୀର୍ଘ ସମୟ ଧରି ଶରୀର ଷ୍ଟ୍ରେସ୍‌ ହରମୋନ୍‌ ପ୍ରଭାବରେ ରହୁଛି, ତେବେ ବ୍ଲଡ୍ ସୁଗାର ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ । ବିଶେଷ କରି ମଧୁମେହ ଆକ୍ରାନ୍ତଙ୍କ ପାଇଁ ଏହା ଅଧିକ ବିପଜ୍ଜନକ ହୋଇପାରେ ।

ଷ୍ଟ୍ରେସ୍‌ ଏବଂ ବ୍ଲଡ୍ ସୁଗାର ବୃଦ୍ଧିର ମୁଖ୍ୟ କାରଣ:

ଚାପ ସମୟରେ ଶରୀରର 'ଫାଇଟ୍‌ ଅର୍‌ ଫ୍ଲାଇଟ୍‌' ସିଷ୍ଟମ୍‌ ସକ୍ରିୟ ହୋଇଥାଏ। ଏଥିପାଇଁ ଲିଭର୍‌ ନିଜ ଭିତରେ ଗଚ୍ଛିତ ଥିବା ଗ୍ଲୁକୋଜ୍‌କୁ ରକ୍ତ ମଧ୍ୟକୁ ଛାଡ଼ିଥାଏ, ଯାହାଫଳରେ ବ୍ୟକ୍ତି କୌଣସି ମିଠା ଜାତୀୟ ଖାଦ୍ୟ ଖାଇନଥିଲେ ମଧ୍ୟ ବ୍ଲଡ୍ ସୁଗାର ବୃଦ୍ଧି ପାଇଥାଏ । ଆମେରିକାନ୍ ଡାଏବେଟିସ୍ ଆସୋସିଏସନ୍‌ର ମତ: ଶାରୀରିକ ଏବଂ ମାନସିକ ଚାପ, ରୋଗ କିମ୍ବା ସଂକ୍ରମଣ ସବୁକିଛି ବ୍ଲଡ୍ ସୁଗାର ସ୍ତରକୁ ପ୍ରଭାବିତ କରିଥାଏ ।

'ଆଫ୍ରିକନ୍ ଜର୍ଣ୍ଣାଲ୍ ଅଫ୍ ଡାଏବେଟିସ୍ ମେଡିସିନ୍' ଅନୁଯାୟୀ, କୋର୍ଟିସୋଲ୍, ଆଡ୍ରେନାଲିନ୍, ନର୍‌ଆଡ୍ରେନାଲିନ୍ ଏବଂ ଗ୍ଲୁକାଗନ୍‌ ଭଳି ହରମୋନ୍‌ ଗ୍ଲୁକୋଜ୍ ନିୟନ୍ତ୍ରଣକୁ ପ୍ରଭାବିତ କରନ୍ତି। ଜରୁରୀ ପରିସ୍ଥିତିରେ ଅତିରିକ୍ତ ଗ୍ଲୁକୋଜ୍ ଯୋଗାଇବା ଶରୀରର ଏକ ସୁରକ୍ଷାତ୍ମକ ପ୍ରକ୍ରିୟା, କିନ୍ତୁ ଏହା ଦୀର୍ଘଦିନ ଧରି ଚାଲିଲେ ଶରୀର ପ୍ରତି କ୍ଷତିକାରକ ହୋଇଥାଏ ।

'ଏନ୍‌ସିବିଆଇ' (NCBI) ର ଗବେଷଣା ଅନୁଯାୟୀ, ଟାଇପ୍-୨ ଡାଏବେଟିସ୍‌ରେ ଇନ୍‌ସୁଲିନ୍ ରେଜିଷ୍ଟାନ୍ସ (Insulin Resistance) ଏବଂ ଟାଇପ୍-୧ ରେ ଇନ୍‌ସୁଲିନ୍ ଅଭାବ ଦେଖାଯାଏ। ଏହି ସମୟରେ ଷ୍ଟ୍ରେସ୍‌ ହରମୋନ୍‌ ଲିଭର୍‌ରୁ ଅତିରିକ୍ତ ଗ୍ଲୁକୋଜ୍ ବାହାର କରିବା ସହ ଇନ୍‌ସୁଲିନ୍‌ର ପ୍ରଭାବକୁ କମାଇଦିଅନ୍ତି, ଯାହାଫଳରେ ସୁଗାର ନିୟନ୍ତ୍ରଣ ବାହାରକୁ ଚାଲିଯାଏ ।

- ମାନସିକ ଚାପ କମାଇବାର ସହଜ ଉପାୟ:

- ପ୍ରତିଦିନ ପର୍ଯ୍ୟାପ୍ତ ଓ ଗଭୀର ନିଦ୍ରା ନିଅନ୍ତୁ ।

- ନିୟମିତ ଧ୍ୟାନ (Meditation) ଏବଂ ଯୋଗ କରନ୍ତୁ, ଏହା ଦ୍ୱାରା ଷ୍ଟ୍ରେସ୍‌ ଶୀଘ୍ର କମିଥାଏ ।

- ପ୍ରକୃତି ସହ ସମୟ ବିତାନ୍ତୁ କିମ୍ବା କୌଣସି ପସନ୍ଦର ସ୍ଥାନକୁ ଭ୍ରମଣରେ ଯାଆନ୍ତୁ ।

- ଦୈନନ୍ଦିନ ବ୍ୟାୟାମ କରନ୍ତୁ ଏବଂ ବନ୍ଧୁ ଓ ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ ।

- ପୌଷ୍ଟିକ ଆହାର ଗ୍ରହଣ କରନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।

ମଧୁମେହକୁ ନିୟନ୍ତ୍ରଣରେ ରଖିବା ପାଇଁ କେବଳ ଔଷଧ ଏବଂ ଖାଦ୍ୟପେୟ ଯଥେଷ୍ଟ ନୁହେଁ। ମାନସିକ ସ୍ୱାସ୍ଥ୍ୟ, ନିଦ, ଏବଂ ଶାରୀରିକ ସକ୍ରିୟତାକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଜରୁରୀ। ଯଦି ମାନସିକ ଚାପ ଯୋଗୁଁ ବ୍ଲଡ୍ ସୁଗାର କ୍ରମାଗତ ବଢ଼ିଚାଲିଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

What's Your Reaction?

like

dislike

love

funny

angry

sad

wow