ମିଳୁନାହିଁ ଚିଟ୍ଫଣ୍ଡ କାଗଜ ପତ୍ର:ମନମୋହନ ସାମଲ

ଚିଟ୍ଫଣ୍ଡ ପ୍ରସଙ୍ଗକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ମିଳୁନାହିଁ ଚିଟ୍ଫଣ୍ଡ କାଗଜ ପତ୍ର । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ପୂର୍ବ ସରକାର କଣ କରିଛନ୍ତି କଣ ନ କରିଛନ୍ତି, ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟ୍ଫଣ୍ଡ କାଗଜ ପତ୍ର ସଂଗ୍ରହ ଚାଲିଛି, ସଂଗ୍ରହ ଶେଷ ହେଲେ ନିଆଯିବ ନୀତିଗତ ନିଷ୍ପତି ।ଆମେ ଶପଥ ନେବା ପୂର୍ବରୁ ଚିଟ୍ଫଣ୍ଡ କାଗଜପତ୍ର ବୁହା ହେଉଥିଲା ସେକଥା ସମସ୍ତେ ଜାଣିଛନ୍ତି । ଆମେ ସିଆଇଏସଏଫ ଲଗାଇ ବନ୍ଦ କଲୁ । ଏବେ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ସରକାର । ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ମନମୋହନ ସାମଲ ।
What's Your Reaction?






