ରାଜଗାଙ୍ଗପୁର ସିମେଣ୍ଟ କାରଖାନାରେ ଶ୍ରମିକ ମୃତ୍ୟୁ ଘଟଣା: ସହାୟତା ଘୋଷଣା କଲା କମ୍ପାନୀ
ରାଜଗାଙ୍ଗପୁର ସିମେଣ୍ଟ କାରଖାନାରେ ଶ୍ରମିକ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା କଲେ ଡାଲମିଆ କମ୍ପାନୀ କତ୍ତୃପକ୍ଷ। ମୃତକଙ୍କ ପରିବାରକୁ ମିଳିବ ୨୫ ଲକ୍ଷ ଲେଖାଏଁ ଟଙ୍କା । ଏଥିସହିତ ପରିବାରର ଜଣଙ୍କୁ ଚାକିରି ସହ ମିଳିବ ୧୦ ଲକ୍ଷ ଟଙ୍କାର ବୀମା । ରାଜଗାଙ୍ଗପୁରରେ ଗୋଟିଏ ଲେଖାଏଁ ଘର ଦେବା ସହ ଯୁକ୍ତ ଦୁଇ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବ କମ୍ପାନୀ । ଏପଟେ ୩୬ ଘଣ୍ଟାର ଉଦ୍ଧାର ଅଭିଯାନ ପରେ ୩ ନିଖୋଜ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ହୋଇଛି ଉଦ୍ଧାର । ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିନଥିବାରୁ ଜାରି ରହିଛି ଉଦ୍ଧାର ଅଭିଯାନ ।କିନ୍ତୁ ଉଦ୍ଧାର ୨ ମୃତଦେହକୁ କରାଯାଇପାରିନାହିଁ ଚିହ୍ନଟ ।
What's Your Reaction?