ରବିନ ଉଥପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ବିରୋଧରେ ଜାରି କରାଯାଇଛି ଗିରଫ ପରୱାନା। ଉଥପ୍ପାଙ୍କ ଉପରେ ଇପିଏଫଓ ତଥା କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନରେ ୨୩ ଲକ୍ଷ ଟଙ୍କା ହେର୍ଫେର୍ କରିଥିବା ନେଇ ହୋଇଛି ଅଭିଯୋଗ। ରିପୋର୍ଟ ଅନୁଯାୟୀ, ଉଥପ୍ପାଙ୍କ ଉପରେ ଅଭିଯୋଗ ହୋଇଛି କି , ସେ ସେଞ୍ଚୁରୀ ଲାଇଫ୍ଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡକୁ ପରିଚାଳନା କରୁଥିବାବେଳେ କର୍ମଚାରୀଙ୍କ ବେତନରୁ କଟାଯାଇଥିଲା ୨୩ ଲକ୍ଷ ଟଙ୍କା। ହେଲେ ଏହାକୁ ସେ ପ୍ରୋଭିଡେଣ୍ଟ ପାଣ୍ଠିରେ କରିନାହାଁନ୍ତି ଜମା।
What's Your Reaction?






