ପୁଣି ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ ଝଟ୍କା। କାରଣ ପୁଣିଥରେ କାରାଗାର ଯାଇପାରନ୍ତି ଆପ୍ ମୂଖ୍ୟ ଅରବିନ୍ଦ କେଜ୍ରିୱାଲ। ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ଲେଫଟନାଣ୍ଟ ଗଭର୍ଣ୍ଣର ଏଲଜି ଭି.କେ. ସକ୍ସେନା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଛି ଯେ ,୧୦୦ କୋଟି ଟଙ୍କା ଲାଞ୍ଚ ନେଇ ଘରୋଇ ଅନୁଷ୍ଠାନକୁ ଅଯଥା ଲାଭ ଯୋଗାଇଛନ୍ତି କେଜ୍ରିୱାଲ । ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଦୁଇ ବର୍ଷର ତଦନ୍ତରେ ଗୋଟିଏ ବି ଟଙ୍କା ଉଦ୍ଧାର କରାଯାଇ ନାହିଁ ବୋଲି କହିଛି ଆମ୍ ଆଦମୀ ପାର୍ଟି।୫ ଡିସେମ୍ୱରରେ କେଜ୍ରେୱାଲଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ମାଗିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
What's Your Reaction?






