୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ପାକିସ୍ତାନ ବିଦା

୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ବିଦ୍ଧିବଦ୍ଧ ଭାବେ ବିଦା ହେଲା ଆୟୋଜକ ପାକିସ୍ତାନ। ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ପରେ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫିରୁ କରାଯାଇଛି ବାହାର ।ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିଥିଲା ପାକିସ୍ତାନ। ଏହା ପରେ, ଦ୍ୱିତୀୟ ମ୍ୟାଚରେ ମଧ୍ୟ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ। ଏହା ପରେ ପାକିସ୍ତାନ ଦଳର ଆଶା ବାଂଲାଦେଶ ଉପରେ ଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଛି ବାଂଲାଦେଶ ଦଳ। ଏହା ସହିତ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି ପାକିସ୍ତାନ ଏବଂ ବାଂଲାଦେଶ। ରାୱଲପିଣ୍ଡିରେ ବାଂଲାଦେଶକୁ ୫ ଉଇକେଟ୍ରେ କରିଛି ପରାସ୍ତ ନ୍ୟୁଜିଲ୍ୟାଣ୍ଡ ।ଏବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ ।
What's Your Reaction?






