ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍ ଜଜ୍ କୋର୍ଟ

ଓଡ଼ିଶାରେ ଗଠନ କରାଯାଇଛି ତିନୋଟି ନୂତନ ସିଭିଲ୍ ଜଜ୍ ଅଦାଲତ ବା ଜୁନିୟର ଡିଭିଜନ। ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଏବଂ ସମ୍ବଲପୁର ଜିଲ୍ଲାର ରେଙ୍ଗାଲିରେ ଏହି ଅଦାଲତଗୁଡ଼ିକ କରାଯାଇଛି ସ୍ଥାପନ। ଓଡ଼ିଶା ଉଚ୍ଚନ୍ୟାୟଳୟ ସହିତ ପରାମର୍ଶ କରି ଅଦାଲତଗୁଡ଼ିକ ଗଠନ କରିଛନ୍ତି ରାଜ୍ୟ ସରକାର।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅନୁମୋଦନ କରିବା ପରେ ଏନେଇ ଜାରି କରାଯାଇଛି ବିଜ୍ଞପ୍ତି।ଏହି ତିନୋଟି ଅଦାଲତ ଗଠନ ହେବା ପରେ ,ଏହି ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍ ସିଭିଲ୍ ଜଜ୍ ଅଦାଲତ ଗୁଡିକର ଅଧିକାର ହେଲା ସମାପ୍ତ ।
What's Your Reaction?






