ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା ; ଆଜି ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଜି ପାଇଁ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ, ଢେଙ୍କାନାଳ ସମେତ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ଲଘୁଚାପର ପ୍ରଭାବ ଜାରି। ଆକାଶରୁ ଲଗାତାର ଝରୁଛି ବର୍ଷା, ଆଉ ଆଜି ମଧ୍ୟ ଅଧା ଓଡ଼ିଶା ଭିଜିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଢେଙ୍କାନାଳ ସମେତ ମୋଟ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଆସନ୍ତାକାଲି ଅର୍ଥାତ୍ ୨ ତାରିଖରେ ମଧ୍ୟ ବର୍ଷାର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି। ୧୮ଟି ଜିଲ୍ଲା ପାଇଁ ୟେଲୋ ସତର୍କତା ଜାରି କରାଯାଇଛି।
ତେବେ ଏଥର ମୌସୁମୀ ବର୍ଷା ନୂଆ ରେକର୍ଡ କରିଛି। ସେପ୍ଟେମ୍ବର ଶେଷ ସୁଦ୍ଧା ଯେତିକି ବର୍ଷା ହେବାର ଥିଲା, ତାହାର କୋଟା ମାସେ ପୂର୍ବରୁ ହିଁ ପୂରଣ ହୋଇସାରିଛି।ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ରେକର୍ଡ ହୋଇଛି ୧୧୫୪.୩ ମିଲିମିଟର ମୌସୁମୀ ବର୍ଷା। ଯାହା ଜୁନରୁ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ସ୍ୱାଭାବିକ ୧୧୫୦.୨ ମିଲିମିଟର ବର୍ଷାକୁ ମଧ୍ୟ ଅତିକ୍ରମ କରିଛି।
ଅର୍ଥାତ୍ ମୌସୁମୀ କୋଟା ପୂରଣ ହୋଇସାରିଥିଲେ ମଧ୍ୟ ଥମୁନି ବର୍ଷା। ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ଆହୁରି କେତେ ଭିଜିବ ଓଡ଼ିଶା? କେଉଁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା? ଏବେ ସେଥିପାଇଁ ବଢ଼ିଛି ସତର୍କତା।ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ଅଧା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କଟକ, ଢେଙ୍କାନାଳ ସମେତ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଅର୍ଥାତ୍ ୨ ତାରିଖ ପାଇଁ ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି । ସେପଟେ ମାସେ ପୂର୍ବରୁ ପୂରଣ ହୋଇଛି ମୌସୁମୀ କୋଟା । ସେପ୍ଟେମ୍ବର ମାସ ସୁଦ୍ଧା ଯେତିକି ବର୍ଷା ହେବାର ଥିଲା ଏହାର ମାସକ ପୂର୍ବରୁ ମୌସୁମୀ ବର୍ଷାର କୋଟା ପୂରଣ ହୋଇଛି । ଅର୍ଥାତ ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ୧୧୫୪.୩ ମିଲିମିଟର ମୌସୁମୀ ବର୍ଷା ରେକର୍ଡ ହୋଇଛି। ଯାହାକି ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ୧୧୫୦.୨ ମିଲିମିଟରକୁ ଅତିକ୍ରମ କରିଛି ।
What's Your Reaction?