ଟ୍ରପଲାଇନ୍ ପ୍ରଭାବରେ ଓଡ଼ିଶାରେ ମେଘାଛନ୍ନ ରହିବ ଆକାଶ

ଟ୍ରପଲାଇନ୍ ପ୍ରଭାବରେ ଓଡ଼ିଶାରେ ମେଘାଛନ୍ନ ରହିବ ଆକାଶ। ଆଗାମୀ କିଛି ଦିନ ଯାଏଁ ତାପମାତ୍ରାରେ ବି ଆସିବନି ବିଶେଷ ପରିବର୍ତ୍ତନ।ଏନେଇ ପୂର୍ବାନୁମାନ କରିଛନ୍ତି ସୋଆ ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେ ମାସ ପ୍ରଥମ ସପ୍ତାହ ଯାଏ ହେବ ନାହିଁ ବିଶେଷ ଟାଣ ଖରା। ଉପକୂଳ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଯାଏ ପହଞ୍ଚିବାର ରହିଛି ସମ୍ଭାବନା। କିନ୍ତୁ ସାଧରଣତଃ ୩୪-୩୫ ଡିଗ୍ରୀ ରହିବ ପାରଦ। ପଶ୍ଚିମ ଓଡ଼ିଶାରେ ବି ସମାନ ପ୍ରକାର ତାପମାତ୍ରା ଅନୁଭୂତ ହେବାର ରହିଛି ସମ୍ଭାବନା।
What's Your Reaction?






