ସଂସଦରେ କଙ୍ଗନାଙ୍କ ପାଇଁ ସ୍ଥାନ ନାହିଁ : ରୋବର୍ଟ ଭଦ୍ରା

Aug 31, 2024 - 13:01
 0  5
ସଂସଦରେ କଙ୍ଗନାଙ୍କ ପାଇଁ ସ୍ଥାନ ନାହିଁ : ରୋବର୍ଟ ଭଦ୍ରା

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ।କାରଣ ନିକଟରେ କୃଷକଙ୍କ ବିରୋଧରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ କଙ୍ଗନା ରାନାୱତଙ୍କୁ କଡ଼ା ନିଶାଣ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା। ସେ କହିଛନ୍ତି ଯେ, 'କଙ୍ଗନା ଜଣେ ମହିଳା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ। କିନ୍ତୁ ସେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି କି ତାଙ୍କର ସଂସଦରେ ସ୍ଥାନ ନାହିଁ । ମୁଁ ଭାବୁଛି ସେ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ କି ମହିଳାଙ୍କ କଥା ମଧ୍ୟ ଭାବନ୍ତି ନାହିଁ ।'ଏଥିସହ ମହିଳାଙ୍କ ସୁରକ୍ଷା ଦିଗରେ ସମସ୍ତ ରାଜନୈତିକ ଦଳ ଏକାଠି ହେବାକୁ ଅପିଲ କରିଛନ୍ତି ରବର୍ଟ ଭଦ୍ରା ।ସୂଚନାଯୋଗ୍ୟ ଯେ, ନିକଟରେ କୃଷକ ଆନ୍ଦୋଳନକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଙ୍ଗନା। ସେ କହିଥିଲେ ଯେ, ଦେଶରେ ଯଦି ଶକ୍ତିଶାଳୀ ସରକାର ନଥାନ୍ତେ ତାହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାକୁ ନେଇ ଏବେ କଙ୍ଗନାକୁ ବିରୋଧୀମାନେ ଘେରିବା ସହ କରୁଛନ୍ତି ସମାଲୋଚନା।

What's Your Reaction?

like

dislike

love

funny

angry

sad

wow