ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ
ଭୁବନେଶ୍ୱରରେ ମର୍ସିଡିଜ କାରରୁ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ସଚିବ ବିଷ୍ଣୁପଦ ସେଠୀଙ୍କୁ ସମନ ପଠାଇଛି ସିବିଆଇ। ଗତ ୧୦ ତାରିଖରେ ଦିଲ୍ଲୀ ସିବିଆଇ ପଠାଇଛି ଏହି ସମନ । ତେବେ ଟେଣ୍ଡର ଫିକ୍ସିଂ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ରହିଛି ସୂଚନା । ଏହି ସୂଚନା ଆଧାରରେ ତନାଘନା କରୁଛି ସିବିଆଇ। ଉକ୍ତ ମାମଲାରେ ବିଷ୍ଣୁପଦଙ୍କ ଠାରୁ ତାଙ୍କ ଡ୍ରାଇଭରଙ୍କ ବିଷୟରେ ସିବିଆଇ ଜାଣିବାକୁ ଚାହୁଁଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ । ଏହି ପରିପ୍ରେକ୍ଷୀରେ ସିବିଆଇ ତାଙ୍କୁ ସମନ କରିଥିବା ମିଳିଛି ସୂଚନା।ସେପଟେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଦୁର୍ନୀତି ପ୍ରମାଣିତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ରହିଛି। ଯେତେବଡ଼ ଅଧିକାରୀ ହେଉ କି ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ହେବ ହିଁ ହେବ। ଯଦି ଲିଙ୍କ ବାହାରେ ନିଶ୍ଚିନ୍ତ ତଦନ୍ତ ହେବ ବୋଲି କହିଛନ୍ତି ମନ୍ତ୍ରୀ ହରିଚନ୍ଦନ।
What's Your Reaction?