ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ

ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ

ପୁରୀ ଜିଲ୍ଲା ସତ୍ୟବାଦୀ ଆଳିସ ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଜଳିଯାଇଛି ୩୦ ବଖରାରୁ ଊର୍ଦ୍ଧ୍ବ ଘର।ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବାବେଳେ ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ହୋଇଛନ୍ତି ୧୫ଟି ପରିବାର। ଆସବାବପତ୍ର ସହ ଜଳିପୋଡି ପାଉଁଶ ହୋଇଯାଇଛି ୫ଟି ବାଇକ୍ ଓ  ୧୦୦ କୁଇଣ୍ଟାଲ ଧାନ। ଏଥିସହ ୩ଟି ଗାଈଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜଣେ ଲୋକ ଗୁରୁତର ହୋଇଥିବା ମିଳିଛି ସୂଚନା।ଅସ୍ପଷ୍ଟ ରହିଛି  ଅଗ୍ନିକାଣ୍ଡର କାରଣ।