ସମ୍ବିଧାନ ଦିବସରେ ସଂସଦରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

Nov 26, 2024 - 15:59
Nov 26, 2024 - 16:07
 0  2
ସମ୍ବିଧାନ ଦିବସରେ ସଂସଦରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ସମ୍ବିଧାନ ଲାଗୁର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି ସ୍ବତନ୍ତ୍ର ଅଧିବେଶନ। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଲାଗି ଏହି ଦିବସରେ ଦିଆଯାଇଛି ଆହ୍ବାନ। ଏହି ଅବସରରେ ଉଦବୋଧନ ଦେଇ ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଛନ୍ତି ଯେ, ଭାରତ ହେଉଛି ଲୋକତନ୍ତ୍ରର ଜନନୀ। ଏହି ଭାବନାକୁ ବଜାୟ ରଖିବାକୁ ପଡିବ। ମହିଳା ସଶକ୍ତିକରଣ ଦେଶର ଗଣତନ୍ତ୍ରରେ  ସୃଷ୍ଟି କରିଛି ନୂଆ ଅଧ୍ଯାୟ। ସମ୍ବିଧାନ ସବୁଠାରୁ ବଡ଼ ଗ୍ରନ୍ଥ। ଗୃହରେ ମହିଳା ସଦସ୍ଯଙ୍କ ଯୋଗଦାନକୁ ମଧ୍ଯ ପ୍ରଣାମ ଜଣାଇଛନ୍ତି ରାଷ୍ଟ୍ରପତି।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖର, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ବ୍ୟକ୍ତି । ସମ୍ବିଧାନ ଦିବସ ଅବସରରେ ଏକ ପ୍ରମାଣିକ ଚଳଚ୍ଚିତ୍ର ହୋଇଥିଲା ପ୍ରଦର୍ଶିତ । ଏହାଛଡ଼ା ୭୫ ଟଙ୍କିଆ ମୁଦ୍ରା, ଡାକ ଟିକେଟ୍ ଓ ପୁସ୍ତକ ଉନ୍ମୋଚନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ତେବେ ୧୯୪୯ ନଭେମ୍ବର ୨୬ରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ସମ୍ବିଧାନ। ଏହି ଦିବସ ଲାଗି ଏକ ବର୍ଷ ବ୍ଯାପୀ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି କେନ୍ଦ୍ର ସରକାର। ସେହିପରି  ଏହି ପରିପ୍ରେକ୍ଷୀରେ ଆଜି ରାଜଧାନୀ ଭୁବନେଶ୍ୱରରେ ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଭୁବନେଶ୍ବର ଏଜି ଛକରୁ ବହାରି କ୍ୟାପିଟାଲ ହାସପାତାଳ ଛକ ଯାଏ ହୋଇଥିଲା ପଦଯାତ୍ରା ।ଅନୁଷ୍ଠିତ ପଦଯାତ୍ରାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଏବଂ ବିଭିନ୍ନ ବର୍ଗର ଲୋକେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  କହିଛନ୍ତି ଯେ, ସମ୍ବିଧାନ ହେଉଛି ଆମ ସ୍ଵାଧୀନ ଭାରତର ପୁଣ୍ୟ ଗ୍ରନ୍ଥ, ଦେଶର ମାର୍ଗ ଦର୍ଶକ ।ଦେଶର ସବୁ ଆଇନ, କାନୁନ୍, ବିଧି ବ୍ୟବସ୍ଥାର ମୁଖ୍ୟ ସ୍ରୋତ ,।ତେଣୁ  ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ସବୁ ନାଗରିକ ନିଜ ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

What's Your Reaction?

like

dislike

love

funny

angry

sad

wow