ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ
ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍। ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ରତ୍ନଭଣ୍ଡାର ପାଇଁ କରାଯାଇଛି ୫ କୋଟି ଟଙ୍କାର ବ୍ୟୟ ଅଟକଳ ।
- ସେହିପରି ସୁଭଦ୍ରା ପାଇଁ ୧୧୯୬ କୋଟି
- ପ୍ରଶାସନିକ କ୍ଷେତ୍ର ପାଇଁ ୧ହଜାର ୬୮୫ କୋଟି,
- ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୨୦ କୋଟି ।
- ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ ପାଇଁ ୯୨ କୋଟି
- ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ଅଧୀନରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଆବଣ୍ଟନ ପାଇଁ ୧୪୨ କୋଟି
- CAPF ମୁତୟନ ପାଇଁ ୨୯୯ କୋଟି ଟଙ୍କା
- ପୋଲିସ ଷ୍ଟେସନ ଓ ଫାଣ୍ଡିରେ CCTV ତନଖି ବ୍ୟବସ୍ଥା ସ୍ଥାପନ ପାଇଁ ୫୧ କୋଟି ଟଙ୍କା କରାଯାଇଛି ବ୍ୟବସ୍ଥା ।
- ସେହିପରି ୨୨ ଟି ITi ରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୩୦ କୋଟି
- ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତ ସୁବିଧା ବିକାଶ ପାଇଁ ୨୬ କୋଟି
- ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୬୦ କୋଟି
- ବିଭିନ୍ନ ନିଯୁକ୍ତି ପରୀକ୍ଷା ଆୟୋଜନ ପାଇଁ ୧୫ କୋଟି
- ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ଥିବା ଅଣଆବାସିକ କୋଠାର ରକ୍ଷଣାବେକ୍ଷଣ ପାଇଁ ୧୩ କୋଟି
- କୋଠ ଭୋଗ ଦାନ ଯୋଜନା ପାଇଁ ୧୫ କୋଟି
- ଶ୍ରଦ୍ଧାଳୁମାନେ ରଥ ଚଢ଼ିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ ୧୨ କୋଟି
- ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ପାରିଶ୍ରମିକ ବ୍ୟବସ୍ଥା ପାଇଁ ଅନୁଦାନ ବାବଦରେ ୫ କୋଟି
- ଓଡ଼ିଶା ବିଧାନସଭାର କୋଠା ନିର୍ମାଣ ପାଇଁ ୬ କୋଟି
- ରାଜ୍ୟର ମାଧ୍ୟମିକ ବିଦ୍ୟାଳୟରେ ଅତିଥୁ ଅଧ୍ୟାପକଙ୍କ ଦରମା ବାବଦରେ ୨୦ କୋଟି
- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦକୁ ୧୩ କୋଟି
- କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ଔଷଧ ବାବଦରେ ୧୫ କୋଟି
- ଓଡ଼ିଶା ଉଠା ଜଳସେଚନ ନିଗମ (OLIC)କୁ ଅନୁଦାନ ବାବଦରେ ୨୦ କୋଟି
- ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ସାଧାରଣ ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୩୭ କୋଟି
- ମହାବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୧୭ କୋଟି
- ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ଅନୁଦାନ ବାବଦରେ ୨୭ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ ସେଥିମଧ୍ୟରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା, ଉତ୍କଳ ବିଶ୍ୱ ବିଦ୍ୟାଳୟ ପାଇଁ ୧୩ କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ କରାଯାଇଛି ୨ କୋଟି ଟଙ୍କା ବ୍ୟବସ୍ଥା।ଏହା ପରେ ଆସନ୍ତାକାଲି ପାଇଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।
What's Your Reaction?