ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ହେବା ଘଟଣାରେ ବଢୁଛି ଅସନ୍ତୋଷ

Mar 5, 2025 - 15:33
 0  3
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ହେବା ଘଟଣାରେ ବଢୁଛି ଅସନ୍ତୋଷ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ପୂର୍ବରୁ ଦୁବୃର୍ତ୍ତମାନେ କଟକ ମାହାଙ୍ଗା ଅଞ୍ଚଳର ଉମର ହନୁମାନ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ ଭାଙ୍ଗି ଅଳିଆ ଗଦାରେ ଫିଙ୍ଗିବା ଘଟଣାକୁ ନେଇ ବିଭିନ୍ନ ମହଲରେ କରାଯାଇଛି ନିନ୍ଦା । ଏଥିସହ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହୋଇଛି ଦାବି । ଯଦି ସେମାନଙ୍କୁ ଗିରଫ କରାନଗଲା ତେବେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ମାହାଙ୍ଗା ବିଜେଡି  । ସେହିପରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ। ସେ କହିଛନ୍ତି ଯେ,  ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା।ଯେଉଁ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି ,ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ।

What's Your Reaction?

like

dislike

love

funny

angry

sad

wow