ସେକ୍ସ ସ୍କାଣ୍ଡାଲ ମାମଲାରେ ପ୍ରଜ୍ୱଳ ରେଭନ୍ନା ଗିରଫ

May 31, 2024 - 11:44
 0  7
ସେକ୍ସ ସ୍କାଣ୍ଡାଲ ମାମଲାରେ ପ୍ରଜ୍ୱଳ ରେଭନ୍ନା ଗିରଫ

ପ୍ରାୟ ୩୫ ଦିନର ଛକାପଞ୍ଝା ପରେ ଶେଷରେ ସେକ୍ସ ସ୍କାଣ୍ଡାଲ ମାମଲାରେ ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କ ନାତି ତଥା ଜେଡିଏସ ସାଂସଦ ପ୍ରଜୱଲ ରେଭନ୍ନା ।   ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ହୋଇଯାଇଥିଲେ ଫେରାର । ଆଉ ୩୪ ଦିନ ପରେ ସେ ଜର୍ମାନୀରୁ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ କରିଛି ଏସଆଇଟି। ଆଜି ଅଦାଲତରେ ତାଙ୍କୁ କରାଯିବ ହାଜର । ଏବେ ତାଙ୍କୁ ସିଆଇଡି କାର୍ଯ୍ୟାଳୟକୁ ନିଆଯାଇ କରାଯାଉଛି ପଚରାଉଚରା । ସେପଟେ ଡାକ୍ତରୀ ମାଇନା ପରେ ତାଙ୍କୁ ମାଜିଷ୍ଟ୍ରେଟ ଅଦାଲତରେ ହାଜର କରାଯିବ । ସେଠାରେ ପୁଲିସ୍‌ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରେ ବୋଲି କରାଯାଉଛି ଆକଳନ।ଏଥିସହ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡିଓ ସାମ୍ପଲ ଟେଷ୍ଟ କରିବ ଫରେନ୍ସିକ ଦଳ। ଫଳରେ ଭାଇରାଲ ସେକ୍ସ ଭିଡିଓରେ ଶୁଣା ଯାଉଥିବା ସ୍ୱର ପ୍ରଜ୍ଜ୍ୱଳଙ୍କର ନା ନାହିଁ ତାହା ହୋଇଯିବ ସ୍ପଷ୍ଟ।କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ଶତାଧିକ  ମହିଳାଙ୍କ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଦେଶ ଛାଡି ନିଜ ରାଜନୈତିକ ଭିସାକୁ ବ୍ୟବହାର କରି ଜର୍ମାନୀକୁ ଫେରାର ହୋଇଯାଇଥିଲେ ।

What's Your Reaction?

like

dislike

love

funny

angry

sad

wow