ସ୍ପେନରେ ବଢୁଛି ଆକସ୍ମିକ ବନ୍ୟା ମୃତ୍ୟୁ ସଂଖ୍ୟା
ସ୍ପେନରେ ବଢୁଛି ଆକସ୍ମିକ ବନ୍ୟା ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୨୧୪ଜଣଙ୍କର ହେଲାଣି ମୃତ୍ୟୁ। ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା କରାଯାଉଛି ଆଶଙ୍କା। ପ୍ରଧାନମନ୍ତ୍ରୀ ପେଟ୍ରୋ ସାଜ୍ କହିଛନ୍ତି ଯେ,ଚଳିତ ଇତିହାସର ସବୁଠାରୁ ବଡ଼ ଆକସ୍ମିକ ବନ୍ୟାକୁ ସାମ୍ନା କରିଛି ସ୍ପେନ୍।ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ଭାଇନେସିଆର ପୂର୍ବାଞ୍ଚଳ।ଉଦ୍ଧାର ଓ ସଫେଇ କାର୍ଯ୍ୟରେ ୨୫ଶହ ସେନା ଅଛନ୍ତି ମୁତୟନ।ଆହୁରି ୫ହଜାର ଅତିରିକ୍ତ ସେନା ଯବାନଙ୍କୁ ମୁତୟନ କରାଯିବ ବୋଲି ମିଳିଛି ସୂଚନା। ଅନ୍ୟପଟେ ବନ୍ୟା ପରିସ୍ଥିତି ମୁକାବିଲାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।
What's Your Reaction?