ସ୍ୱତନ୍ତ୍ର ଭରଦ୍ୱାଜଙ୍କ ଗିରଫଦାରୀ ଦାବି କଲା ''କାକ୍ରୋଚ୍ ଜନତା ପାର୍ଟି'', ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ଆଗରେ ବିକ୍ଷୋଭ

Sep 4, 2026 - 14:54
 0  1
ସ୍ୱତନ୍ତ୍ର ଭରଦ୍ୱାଜଙ୍କ ଗିରଫଦାରୀ ଦାବି କଲା ''କାକ୍ରୋଚ୍ ଜନତା ପାର୍ଟି'', ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ଆଗରେ ବିକ୍ଷୋଭ

ଦିଲ୍ଲୀର ଜନ୍ତର ମନ୍ତରଠାରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଧରଣା ସମୟରେ ଜଣେ କର୍ମୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିବା ପାଇଁ ''କାକ୍ରୋଚ୍ ଜନତା ପାର୍ଟି' 

ଦିଲ୍ଲୀର ଜନ୍ତର ମନ୍ତରଠାରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଧରଣା ସମୟରେ ଜଣେ କର୍ମୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିବା ପାଇଁ ''କାକ୍ରୋଚ୍ ଜନତା ପାର୍ଟି'' (ସିଜେପି) ପକ୍ଷରୁ ଆଜି ଦାବି କରାଯାଇଛି। ସିଜେପିର ପ୍ରବକ୍ତା ସୌରଭ ଦାସ, ଆଶୁତୋଷ ରାଙ୍କା ଓ ସମର୍ଥକମାନେ ପଟେଲ ଚୌକରୁ ବାହାରି ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ସିଜେପିର ଏହି ଦାବିକୁ ସମର୍ଥନ ଜଣାଇଛନ୍ତି।

ସିଜେପି ପ୍ରବକ୍ତା ସୌରଭ ଦାସ କହିଛନ୍ତି ଯେ, ଆନ୍ଦୋଳନର ପ୍ରଥମ ଦିନରୁ ହିଁ ଜଣେ ନାବାଳିକା କର୍ମୀ ଏବଂ ତାଙ୍କ ବାପା ସଞ୍ଜୟ କୁମାର (୩୮) ଶାନ୍ତିପୂର୍ଣ୍ଣ ଧରଣାରେ ସାମିଲ ହୋଇଥିଲେ। ଗତ ଜୁନ୍ ମାସରେ ଏକ ଅପରାଧୀ ଗ୍ୟାଙ୍ଗ୍ ସେଠାରେ ପଶି ହିଂସାତ୍ମକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସଞ୍ଜୟ ଗୁରୁତର ଆହତ ହୋଇଥିଲେ। ଏହା ଏକ ହତ୍ୟା ଉଦ୍ୟମ ହୋଇଥିବାରୁ ଏଫଆଇଆରରେ ଦଫା ୩୦୭ ଏବଂ ସେମାନେ ଦଳିତ ପରିବାରର ହୋଇଥିବାରୁ ଏସସି/ଏସଟି ଆକ୍ଟ ଯୋଡ଼ିବା ପାଇଁ ପୋଲିସ ଉପରେ ଚାପ ପକାଯାଇଥିଲା। କିନ୍ତୁ ପୋଲିସ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଥିଲା।

ନିକଟରେ ଏକ ଭାଇରାଲ ଭିଡିଓ ଓ ପୋଡକାଷ୍ଟରେ ରାଇଟ୍ ୱିଙ୍ଗ୍ ଆକ୍ଟିଭିଷ୍ଟ ସ୍ୱତନ୍ତ୍ର ଭରଦ୍ୱାଜ ଆକ୍ରମଣ କରିଥିବା ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ସଞ୍ଜୟଙ୍କ ମୁଣ୍ଡରେ ୬୦ଟି ସିଲାଇ ପଡ଼ିଥିଲା ଏବଂ ସେ ମୃତ୍ୟୁମୁଖରୁ ବଞ୍ଚିଥିଲେ, ଯାହା ପାଇଁ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହେବା କଥା। ଏହା ସହ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଫୋନ୍ କଲ୍ ଯୋଗୁଁ ସେ ଜେଲ୍ ଯିବାରୁ ବଞ୍ଚିଯାଇଥିଲେ ବୋଲି ଭରଦ୍ୱାଜ ବାହାସ୍ଫୋଟ ମାରିଥିବା ଦେଖିବାକୁ ମିଳିଛି। ଥାନା ବାହାରେ ୫୦ରୁ ଅଧିକ ସମର୍ଥକ ଧରଣାରେ ବସିଥିବା ବେଳେ ଭରଦ୍ୱାଜଙ୍କ ଗିରଫଦାରୀ ପାଇଁ ନେତାମାନେ ପୋଲିସ ସହ ଆଲୋଚନା ଜାରି ରଖିଛନ୍ତି। 

What's Your Reaction?

like

dislike

love

funny

angry

sad

wow