୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଚଳିତ ଥର ରାଜ୍ୟ ବଜେଟର ରହିଛି ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ ।ବଜେଟ୍ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୭.୨ ପ୍ରତିଶତ ରହିବ ଅଭିବୃଦ୍ଧି ହାର। ଉତ୍କର୍ଷ ଓଡ଼ିଶା ଜରିଆରେ ୫୯୩ ପ୍ରକଳ୍ପକୁ କରାଯାଇଛି ଗ୍ରହଣ। ମୋଟ ୧୬ ଲକ୍ଷ ୭୩ ହଜାର କୋଟି ପୁଞ୍ଜି ନିବେଶ ପାଇଁ ରଖାଯାଇଛି ଲକ୍ଷ୍ୟ। କୃଷି ପାଇଁ ଏଥର ବଜେଟ୍ରେ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି,ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ଟଙ୍କା ରହିଛି। ସେହିପରି ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ରଖାଯାଇଥିବା ନିଜର ବଜେଟ୍ ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି ମିଲେଟ୍ ଶ୍ରୀଅନ୍ନ ଯୋଜନା। ମିଲେଟ୍ ପାଇଁ ଏମଏସପି ୪୨୯୦ କୋଟି ଟଙ୍କା ବାଦ ମିଳିବ ଅଧିକ ୨୦୦ ଟଙ୍କା। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ରଖାଯାଇଛି ୨୯୩ କୋଟି। ଓୟୁଏଟି ପାଇଁ ୫୧୧ କୋଟିର କରାଯାଇଛି ବ୍ୟୟବରାଦ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୫-୨୬ରେ ୨ ଲକ୍ଷ ୮୫ ହେକ୍ଟର ଜମି କରିବୁ ଜଳସେଚିତ।ଚଳିତ ବର୍ଷ ସରିବ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ।ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ହେବୁ ଆତ୍ମନିର୍ଭରଶୀଳ । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ହେବ ଲାଗୁ । ଏଥିରେ ଖର୍ଚ୍ଚ ହେବ ୧୪୬ କୋଟି ଟଙ୍କା। ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବା ଦିଗରେ କାମ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୩୬ ସୁଦ୍ଧା ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଆରମ୍ଭ କରିବ ଓଡ଼ିଶା ।ରାଜ୍ୟରେ ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି ,ହୀରାକୁଦ ଡ୍ୟାମ୍ର ନବୀକରଣ ପାଇଁ ୮୫୦ କୋଟି,ଅନ୍ୟାନ୍ୟ ଡ୍ୟାମର ବିକାଶ ପାଇଁ ୫୭ କୋଟି,ନଳକୂପଗୁଡ଼ିକ ପାଇଁ , ୧୧୫୦ କୋଟି ,୧୯୩ କିମି ଲୁଣି ବନ୍ଧ ଯୋଜନା ପାଇଁ ୭୫୭ କୋଟିର ରହିଛି ଅଟକଳ ।ଏହା ବ୍ୟତୀତ, ୨୦୨୫-୨୬ ଆର୍ଥିକ ବର୍ଷରୁ ଆରମ୍ଭ କରି ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ୟୁନିଟ୍ ପାଇଁ ୨୫୨ କୋଟି ଟଙ୍କାର ଆର୍ଥିକ ସହାୟତା ବ୍ୟୟବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ଯେ ,ଏଥର ୪ ଲେନ୍ କରାଯିବ ରାଜ୍ୟର ସବୁ ରାଜପଥ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ୍ । ଏହି କ୍ରମରେ ପ୍ରଥମେ ରାଜଧାନୀ ଭୁବନେଶ୍ୱରରେ ସିଟି ରୋଡ୍ ହୋଇଛି ପରିକଳ୍ପନା। ଏଥିପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର । ବ୍ରହ୍ମପୁର-ଜୟପୁର ରୋଡ୍ ୬ ଲେନ୍ ହେବ । ଶିଳ୍ପ ଅଞ୍ଚଳକୁ ୬ ଲେନ୍ ବିଶିଷ୍ଟ କରାଯିବ । କେନ୍ଦୁଝରର ଅର୍ଥନୈତିକ ବିକାଶ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହି କ୍ରମରେ କେନ୍ଦୁଝର ବଡବିଲ୍ରେ ରିଙ୍ଗ୍ ରୋଡ୍ ହେବ । ରାଜ୍ୟବ୍ୟାପି ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇଁ ମୁଖ୍ୟମନ୍ତ୍ରୀ ବସ୍ ସେବା” ଯୋଜନାରେ ୧ ହଜାର ୮୫ କୋଟି ଟଙ୍କା କରାଯାଇଛି ବ୍ୟୟବରାଦ । ସେହିପରି ଏକ ଶହ ୩୩ଟି ବସଷ୍ଟାଣ୍ଡର ପ୍ରତିଷ୍ଠା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ "ଅଟଳ ବସଷ୍ଟାଣ୍ଡ ଯୋଜନା"ରେ ୧ ହଜାର ୨୬୬ କୋଟି ଟଙ୍କା ବ୍ୟୟବରାଦର ରହିଛି ପ୍ରସ୍ତାବ। ସୁରକ୍ଷିତ ପରିବହନ ବ୍ୟବସ୍ଥା ପାଇଁ ତାଲିମ ନେବେ ଡ୍ରାଇଭର। ଗାଡ଼ିଗୁଡ଼ିକ ଫିଟନେସ୍ର ଅଟୋମେଟିକ୍ ଯାଞ୍ଚ୍ ହେବ । ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଦିଗରେ ଉପରେ ଧ୍ୟାନ ଦେବାକୁ ୨୮୫ କୋଟି ରହିଛି ବ୍ୟୟବରାଦ। ସବୁଦିନିଆ ବନ୍ଦର ହେବ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦର । ଏହି ଦୁଇ ବନ୍ଦରର ବିକାଶ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରେଳ ପ୍ରକଳ୍ପକୁ ଠିକ୍ ସମୟରେ କାର୍ୟ୍ୟକାରୀ କରିବାକୁ ଟଙ୍କା ଦେଇଛି କେନ୍ଦ୍ର। ସେହିଭଳି ପାରାଦୀପରେ ଗ୍ରୀନ ଫିଲ୍ଡ ବିମାନ ବନ୍ଦର ହେବ । ଓଡ଼ିଶାରେ ବିମାନ ଚଳାଚଳର ବିକାଶ ଲାଗି ଅର୍ଥ ହୋଇଛି ବ୍ୟୟବରାଦ। ଭୁବନେଶ୍ୱର, ପୁରୀ, କଟକ, ଜଟଣୀ ଆଦିକୁ ନେଇ ମହାନଗରୀ ଭିତ୍ତିରେ ହେବ ବିକାଶ । କଟକ-ଭୁବନେଶ୍ବର-ପୁରୀ ଅର୍ଥନୈତିକ ଅଞ୍ଚଳର ବିକାଶ ହେବ । ବଜେଟରେ ମଧୁବାବୁ ପେନସନ ଯୋଜନା ପାଇଁ ୫ ହଜାର ୩୭୦ କୋଟି କରାଯାଇଛି ବ୍ୟୟବରାଦ। ଜାତୀୟ ବୟସ୍କ ଓ ପୀଡ଼ିତଙ୍କ ପାଇଁ ୨ ହଜାର ୧୮୧ କୋଟି,ଇନ୍ଦିରା ଗାନ୍ଧି ଜାତୀୟ ପେନସନ ଯୋଜନା ପାଇଁ ୧୦୧୬ କୋଟି, ବୟସ୍କଙ୍କ ପାଇଁ ଗୃହ ଯୋଜନାରେ ୫୧ କୋଟି , ବ୍ଲକ୍ରେ ନିଶା ନିବାରଣ ପୁରସ୍କାର ଯୋଜନା ଦିଶା ପାଇଁ ବ୍ୟୟବରାଦ କରାଯାଇଛି ୧୪ କୋଟି।ଏଥର ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଦିଆଯାଇଛି ପ୍ରାଧାନ୍ୟ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୩୮୮୧ କୋଟି, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨୦୯୧ କୋଟି ଓ ନିର୍ମଳ ପାଇଁ ୯୯୭ କୋଟି ହୋଇଛି ବ୍ୟୟ ବରାଦ । ଏଥିସହ ଶିକ୍ଷା ଓ ସମୃଦ୍ଧ ଜୀବନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି, ପିଏମ ପୋଷଣ ପାଇଁ ୮୮୫ କୋଟି, ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ୧୫୪ କୋଟି, ଛାତ୍ରବୃତ୍ତି ପାଇଁ ୪୫୦ କୋଟି କରାଯାଇଛି ପ୍ରଦାନ।
ଏଥର ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଗୁଡିକ ହେଲା-
୧. ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨ ହଜାର ୬୦୩ କୋଟି
୨. ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି ବ୍ୟୟ ବରାଦ
୩. ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା
୪.ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୫. ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
୬. ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି
୭. ବକୁଳ ବନ ଉନ୍ନୟନ ଯୋଜନା ପାଇଁ ୫୦ କୋଟି ଟଙ୍କା
୮. ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି
୯. ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ୫୦ କୋଟି
୧୦. ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି
୧୧. ପ୍ରବାସୀ ଓଡ଼ିଆ ଓ- ସଂପର୍କ ପାଇଁ ୧୧୦ କୋଟି
୧୨. ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି
୧୩. ସ୍ବଚ୍ଛ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ ୨୬୧ କୋଟି
୧୪. ଆମେ ପଢ଼ିବା ଆମ ଭାଷାରେ’ ଯୋଜନା ପାଇଁ ୨୫ କୋଟି
୧୫. ଅଟଳ ବସ୍ଷ୍ଟାଣ୍ଡ ଯୋଜନା ପାଇଁ ୧ ହଜାର ୨୬୬ କୋଟି
୧୬. ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ ହେବ ୪୦୮ କୋଟି
ବଜେଟରେ ମୁଖ୍ୟମନ୍ତ୍ରୀ ଆଣିଲେ କନ୍ୟା ବିବାହ ଯୋଜନା। ଗରିବ ପରିବାରର ଝିଅଙ୍କ ବିବାହ କରିବେ ରାଜ୍ୟ ସରକାର। ଏଥିପାଇଁ ବଜେଟରେ ୧୨ କୋଟିର କରାଯାଇଛି ବ୍ୟୟ ବରାଦ ।
What's Your Reaction?






