ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ

ରାଜ୍ୟରେ ଆଇପିଏସ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ। ଗୃହ ବିଭାଗ ପକ୍ଷରୁ ପ୍ରକାଶ ବିଜ୍ଞପ୍ତି ଅନୁସାରେ କଟକ ଓ ଭୁବନେଶ୍ବର ଡିସିପିଙ୍କ ହୋଇଛି ବଦଳି । ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକରେ ଏହି ପଦବି ପାଇଁ ଖିଲାରୀ ରିଷିକେଶଙ୍କୁ ମିଳିଛି ଦାୟିତ୍ବ । ସେହିପରି ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଏସ୍ଟିଏଫ୍ ଡିଆଇଜି ଭାବେ କରାଯାଇଛି ବଦଳି । ଏସ୍ ଏମ୍ ନରୱାଣେଙ୍କୁ ଓଏଚ୍ଆରସିର ସ୍ବତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର।ଏଡିଜିପି ଯତୀନ୍ଦ୍ର କୋୟଲଙ୍କୁ ଏଚ୍ଆରପିସିରେ ଏଡିଜି, ଆଇଜି ଏସ୍ ପ୍ରବୀଣ କୁମାରଙ୍କୁ କଟକସ୍ଥିତ ସେଣ୍ଟ୍ରାଲ ରେଞ୍ଜକୁ ହୋଇଛି ବଦଳି । ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ଅତିରିକ୍ତ କମିସନରେଟ ପୁଲିସ, ଦୀପକ କୁମାରଙ୍କୁ ଆଇଜି ଅପରେସନ୍ ଭାବେ ବଦଳି କରାଯାଇଛି । ସେହିପରି ଜୟ ନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗରେ କରାଯାଇଛି ଅବସ୍ଥାପିତ । ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି-ସିବିର ଆଇଜିପି, ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ଆଇଜିପି, ଉମାଶଙ୍କର ଦାସଙ୍କୁ ହୋମଗାର୍ଡ ଓ ଫାୟାର ସର୍ଭିସର ଡିଆଇଜି,ଖିଳେଶ୍ବରଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଆଇଜିପି, ଚରଣ ସିଂ ମୀନାଙ୍କୁ ପ୍ରୋଭିଜନିଂ ଡିଆଇଜି, ବି ଗଙ୍ଗାଧରଙ୍କୁ ସିଆଇଡି-ସିବିର ଡିଆଇଜି, ବିବେକାନନ୍ଦ ଶର୍ମାଙ୍କୁ କଟକ ରେଲୱେ ଏସପି ଭାବରେ ମିଳିଛି ଦାୟିତ୍ବ । ଏହାବାଦ୍ କଳାହାଣ୍ଡି ଏସପି ଅଭିଳାଷ ଜିଙ୍କୁ ବଲାଙ୍ଗୀରର ନୂଆ ଏସପି ଦାୟିତ୍ବ , ବୌଦ୍ଧ ଏସପି ଥିବା ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସପି ଭାବେ ଦିଆଯାଇଛି ଦାୟିତ୍ବ । ରାହୁଲ ଗୋଏଲଙ୍କୁ ବୌଦ୍ଧ, କଶ୍ୟପ ପାର୍ଥ ଜଗଦୀଶଙ୍କ ଜୟପୁର ଏସଡିପିଓ, ଅମୃତପାଲ ସିଂଙ୍କୁ ଖୋର୍ଦ୍ଧାର ଅତିରିକ୍ତି ଏସପି, ଅମ୍ରିତପାଲ କୌରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଅତିରିକ୍ତ ଡିସିପି, ସୋନାଲୀ ସିଂ ପରମାରଙ୍କୁ ଭୁବନେଶ୍ବର ସହରାଞ୍ଚଳର ଏସିପି ଭାବେ ମିଳିଛି ଦାୟିତ୍ବ ।
What's Your Reaction?






